ଅହିଂସାରଥକୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତରେ ଭବ୍ୟ ସ୍ୱାଗତ

ସୁନ୍ଦରଗଡ : ସ୍ୱାଧୀନତାର 75 ତମ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ଯରେ ଅଂହିସା ରଥ ପରିକ୍ରମା କରୁଅଛି ଏବଂ ଗାନ୍ଧିଜୀ ଙ୍କ ଅହିଁସା ବାର୍ତ୍ତା ପଂହଚାଉଛି। ଏହି କ୍ରମରେ ଗତ କାଲି ଅହିଁସା ରଥ ସୁନ୍ଦରଗଡ ଜିଲ୍ଲା ରେ ପହଞ୍ଚିଛି । ଆଜି ଦ୍ବିତୀୟ ଦିବସରେ ଗୋଟିଏ ରଥ ବଡଗାଁ , କୁତ୍ରା ଓ ରାଜଗାଗଂପୁର ବ୍ଲକ ଭ୍ରମଣ କରିଥିବାବେଳେ ଅନ୍ୟ ରଥଟି ବାଲିଶଙ୍କରା ଓ ସବଡେଗା ବ୍ଲକ ପରିକ୍ରମା କରିଛି।

ଅହିଂସା ରଥକୁ ବଡଗାଁ ବ୍ଲକର ଦେଓକରଣପୁର ହାଇସ୍କୁଲରେ ଭବ୍ୟ ସ୍ବାଗତ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୁଲାରି ସୋରେଙ୍ଗ, ଉପାଧ୍ୟକ୍ଷା ରଶ୍ମିତା ପଟେଲ, ସମିତି ସଭ୍ଯ ମଂଜୁ ମହାନନ୍ଦିଆ, ଜରଙ୍ଗଲୋଇ ସରପଂଚ ମେନକା କାଲୋ, ବରଂଗାତୋଚର ସରପଂଚ ରାଜେଶ୍ବରୀ କାଲୋ, ବଡଗାଁ ବିଡିଓ କ୍ଷମାନିଧି ଭୋଇ, ଗ୍ରାମ ବାସୀ , ସ୍କୁଲ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ସେଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସେହିପରି ବଡଗାଁ ଆଇ. ଟି. ଆଇ ପରିସରରେ ମଧ୍ୟ ରଥଟିକୁ ପାରମ୍ପରିକ ନୃତ୍ୟଗୀତ, ବାଦ୍ୟ ମାଧ୍ୟମରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ ଦଳ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇ ଥିଲା । ଏହି ଅବସରରେ ଆଇ ଟି ଆଇ ର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ସ୍ଵଂୟ ସହାୟକ ଗୋଷ୍ଠୀ ସଭ୍ୟ, ଗ୍ରାମବାସୀ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।
ସେହିପରି ବାଲିଶଙ୍କରା ଓ ସବଡେଗା ବ୍ଲକ ରେ ମଧ୍ୟ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ରଥ କୁ ସ୍ଵାଗତ କରାଯାଇଥିଲା । ଆୟୋଜିତ କାଯ୍ୟକ୍ରମ ରେ ମାନ୍ୟବର ତଲସରା ବିଧାୟକ ଶ୍ରୀ ଭବାନି ଶଂକର ଭୋଇ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଅଂହିସା ରଥ କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀମତୀ ସଂଯୁକ୍ତା ଭିତ୍ରିଆ, ସରପଞ୍ଚ, ବିଡିଓ ଶ୍ରୀ ଚନ୍ଦନ nikhandia, ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଆଦି ଉପସ୍ଥିତ ଥିଲେ । ସେହିପରି ସବଡେଗା ବ୍ଲକ ଠାରେ ସ୍ବାଧୀନତା ସଂଗ୍ରାମୀଙ୍କ ପୁତ୍ର ବିନୟ ଭୁଷଣ ପଟେଲ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପଂଚାୟତ ସମିତି ଅଧ୍ଯକ୍ଷ କୁନ୍ତୀ ପ୍ରଧାନ , ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ସବଡେଗା ବିଡିଓ ସୁମନ ମିଞ୍ , ସରପଂଚ ସୁସ୍ମିତା କୁଜୁର,ସମିତି ସଭ୍ୟ ଦେବାଶିଶ ଓରାମ, ସି ଡି ପି ଓ ସଂଧ୍ଯା ରାଣୀ ନାୟକ ଓ ବ୍ଲକର କର୍ମଚାରୀ ଉପସ୍ଥିତ ଥିଲେ।
କୁତ୍ରା ବ୍ଲକ ରେ ଅୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ଯକ୍ଷ ଶାନ୍ତି ଲାକ୍ରା, ଉପାଧ୍ୟକ୍ଷ କେଶବ ହୋତା, ବିଡିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ମାନସୀ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଇଓ ଗୁରୁ ଚରଣ ସାହୁ, କୁତ୍ରା ହାଇସ୍କୁଲ ପ୍ରଧାନ ଶିକ୍ଷକନଳିନି କାନ୍ତ ଶାସନ, ଜିଲ୍ଲା ପରିଷଦ ସଭ୍ଯ ପିଙ୍କି ସୁନ୍ୟାନି ଓ ଗଂଗାରାମ ମଲ ଉପସ୍ଥିତ ଥିଲେ। ଏହି ଅବସରରେ ରେ ବ୍ଲକ ର ଅବସରପ୍ରାପ୍ତ ସେନା ଅଧିକାରୀ/ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ 5 ଜଣ ହିତାଧିକାରୀଙ୍କୁ ଚରଖା ପ୍ରଦାନ କରାଯାଇଥିଲା ।
ସେହିଭଳି ରାଜଗାଙ୍ଗପୁର ବ୍ଲକ ରେ ମଧ୍ୟ ଅହିଁସା ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସମିତି ସଭ୍ୟ, ସରପଞ୍ଚ, ବିଡିଓ ପିଉସ ଲୋହାର, ଶିକ୍ଷକ ଶିକ୍ଷୟିତ୍ରୀ, ସାଂସ୍କୃତିକ ଦଳ, ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟ ଆଦି ଉପସ୍ଥିତ ଥିଲେ ।
ଆସନ୍ତା କାଲି ଏହି ରଥ କୁଆରମୁଣ୍ଡା , ବୀରମିତ୍ରପୁର, ନୂଆଗାଁ, ଲାଠିକଟା, ଗୁରୁଣ୍ଡିଆ ଓ ବଣାଇ ଆଦି ଅଞ୍ଚଳ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.