ବିଧାୟକଙ୍କ ପଶ୍ଚିମେଶ୍ବର ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପ ପରିଦର୍ଶନ

ବ୍ରହ୍ମପୁର : ପଶ୍ଚିମେଶ୍ୱର ପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ଗଣେଶ ପୂଜାର ଆଜି ସନ୍ଧ୍ୟା ରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହି ଯୋଗଦାନ କରି ପ୍ରଭୁ ଶ୍ରୀ ବିଘ୍ନ ବିନାଶକ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି l ସୂଚନା ପ୍ରକାରେ , ଗତ ଦୁଇ ବର୍ଷ ତଳେ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳ ରୁ ବହିଷ୍କାର କରିଦିଆ ଯାଇଥିଲା କିନ୍ତୁ ସେ ଏବେ ସ୍ୱାଧୀନ ବିଧାୟକ ହୋଇଥିବାରୁ ଆଙ୍କୁଲ୍ଲୀ ପଶ୍ଚିମେଶ୍ୱର ପୂଜା କମିଟି ତରଫ ରୁ ଉକ୍ତ ଗଣେଶ ପୂଜା କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯାଇଥିଲା l ଆଜି ସନ୍ଧ୍ୟା 5.30 ମିନଟ ରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ କୁ ଗର୍ଭ ଅନୁଭବ କରିବା ସହ ପ୍ରଭୂ ଗଣେଶ ଙ୍କ ଆଶୀର୍ବାଦ ଲାଭ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରିଥିବାରୁ ଆଙ୍କୁଲ୍ଲୀ ଗ୍ରାମ ର ସମସ୍ତ ଜନସାଧାରଣ ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ଏବଂ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ର ଲୋକ ମାନେ ମତେ ଆଗରୁ ଯେଉଁ ଭଲ ପାଇବା ଦେଉଥିଲେ ଏବେ ବି ମତେ ବହୁତ ଭଲ ପାଉଛନ୍ତି କହି ଟିକେ ଭାବ ବିହୁଳ ହୋଇଯାଇଥିବା ଦେଖିବାକୁ ମିଳିଛି l ଡ଼ଃ ପାଣିଗ୍ରାହୀ ଆଜି ଆୟୋଜିତ ଗଣେଶ ପୂଜା କୁ ଆସୁଥିବା ବେଳେ ଯେପରି କିଛି ଅସୁବିଧା ନ ହୁଏ ସେଇଥିପାଇଁ ବ୍ରହ୍ମପୁର ପୋଲିସ ତରଫ ରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ସେ ବ୍ରହ୍ମପୁର ପୋଲିସ ପ୍ରଶାସନ ଏବଂ ସମସ୍ତ ଗଣପ୍ରତନିଧି ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l ଉକ୍ତ ପୂଜା କମିଟି ରେ 40ନମ୍ବର ୱାର୍ଡ ର ବିଜେପି କର୍ପୋରେଟର ଅରବିନ୍ଦ ମଣ୍ଡଳ,ବିଜେପି ର ଛାତ୍ର ନେତା ତୁମ୍ବେଶ୍ୱର ନାୟକ , 40 ନମ୍ବର ୱାର୍ଡ ର କର୍ପୋରେଟର କଂଗ୍ରେସର ରଞ୍ଜିତା ପ୍ରଧାନ ଏବଂ ତାଙ୍କ ସ୍ୱାମୀ ମୃତ୍ୟଞ୍ଜୟ ପ୍ରଧାନ, ଖଣ୍ଡାୟତ କୁଳ ର ସଭାପତି ଭବାନୀ ଶଙ୍କର ନାୟକ , ତପନ କୁମାର ଚୌଧୁରୀ ଏବଂ ପୂଜା କମିଟି ର ବହୁ ଲୋକ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.