ସଂଘର୍ଷମୟ ବଲିଉଡ ଅଭିନେତା ଏନ ଏସ ଡି ଯଦୁନନ୍ଦନ

ଫୁଲବାଣୀ :- ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ l ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଭିନୟ ଓ କଳା ନିର୍ଦେଶକରେ ଶିକ୍ଷା ଲାଭ ପରେ ଅନେକ ବଲିଉଡ ସିନେମାରେ ଅଭିନୟ କରିଛନ୍ତି ଯଦୁନନ୍ଦନ l ସେହିପରି କଳା ନିର୍ଦେଶନା ଦାଇତ୍ୱ ନେଇ ଅନେକ ହିନ୍ଦୀ, ମରାଠୀ, ପଂଜାବୀ, ସିରିଏଲ ଓ ସିନେମାରେ ଅଭିନୟ କରିଛନ୍ତିl ମଣିରତ୍ନମ ପ୍ରୋଯୋଜିତ ରାଭନ, ରାମ ଗୋପାଳ ବର୍ମାଙ୍କ କେ ଆଗ ଭଳି ଅନେକ ହିନ୍ଦୀ ଓ ଇଂରାଜୀ ସିନେମାରେ ଆସିଛନ୍ତି କିନ୍ତୁ ଆଖି ଦୃଷ୍ଟିଆ ସଫଳତା ପାଇ ନାହାନ୍ତି l ଓଡିଶାରେ କାମ କରିବାକୁ ଇଛାଥିଲେ ବି ସୁଯୋଗ ମିଳିନାହିଁ ତାଙ୍କୁ l କିଛି ଦିନ ହେଲା ନିଜଗାଁ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡାକୁ ଆସି ରହିଥିଲେ ତେଵେ ପୁଣି ସଂଘର୍ଷ ପାଇଁ ବଲିଉଡ ମୁହାଁ ହୋଇଛନ୍ତି ସେ l ଏବେ ଯଦୁନନ୍ଦନ ପୁଣି ହିମାଞ୍ଚଳ ପ୍ରଦେଶ ଯାଇ ସେଠାରେ ଅଭିନୟ ଜାରି ରଖିଛନ୍ତି l ସେ ଆଗକୁ ବଢ଼ନ୍ତୁ, ଆହୁରି ଅଧିକ ନା କରନ୍ତୁ ଏ ନେଇ ଅଞ୍ଚଳବାସୀ ଶୁଭ ମନାସୀଛନ୍ତି।

nis-ad
Leave A Reply

Your email address will not be published.