ଛାତ୍ରବତ୍ସଳ ପୂର୍ବତନ ଶିକ୍ଷକ ନଟବର ସାହୁଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ତାନୀୟ ଏଜେଓ ହାଇସ୍କୁଲର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁଙ୍କ ନିଜ ବାସଭବନରେ ପରଲୋକ ହେଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୫ ବର୍ଷ ହୋଇଥିଲା l ଶିକ୍ଷକ ନଟବର ସାହୁଙ୍କ ମୃତ୍ୟୁରେ ଜିଲ୍ଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଆଇନଜୀବୀ ବିଜୟ ପଟ୍ଟନାୟକ, ଶିକ୍ଷାବିତ ବିନୟ ଭୂଷଣ ପଟନାୟକ, ଆଇନଜୀବୀ ଅଜୟ କୁମାର ସିଂହ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହେମନ୍ତ ମହାନ୍ତି, ପଦ୍ମ ଲୋଚନ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ସୁନୀଲ ପାଣିଗ୍ରାହୀ, ଆଇନଜୀବୀ ଭଗବାନ ମହାନ୍ତି,ଆଦିତ୍ୟ ତ୍ରିପାଠୀ, ସାମ୍ବାଦିକ ପ୍ରଶାନ୍ତ ବେହେରା, ଅବସରପ୍ରାପ୍ତ ପୋଷ୍ଟାଲ ଅଧିକାରୀ ନୃସିଂହ ଚରଣ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଵା ସହ ସେ ଛାତ୍ର ବଚ୍ଛଳ ଓ ଅମାୟିକ ବ୍ୟବହାର ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି l ନଟବର ସାରଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ଵ୍ୟକ୍ତି ଶେଷ ଦର୍ଶନ କରିବାକୁ ବାସ ଭବନରେ ପହଞ୍ଚିଥିଲେ l

nis-ad
Leave A Reply

Your email address will not be published.