ବର୍ଷାରେ ଉପୁଡ଼ିଲା ବିରାଟକାୟ ଆମ୍ବ ଗଛ, ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ !

ନବରଙ୍ଗପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଛ ଉପୁଡ଼ି ଜାତୀୟ ରାଜପଥ ଅବରୋଧ । ଲଘୁଚାପ ପ୍ରଭାବରେ ନବରଙ୍ଗପୁରରେ ଆଜି ସକାଳ ଠାରୁ ବର୍ଷା ଲାଗି ରହିଛି । ଜିଲ୍ଲାର ତାରାଗାଁ ଛକ ନିକଟରେ ରାସ୍ତା ପାର୍ଶ୍ୱ ରେ ଥିବା ଏକ ବିରାଟକାୟ ଆମ୍ବ ଗଛ ମୂଳରୁ ଉପୁଡି ଜାତୀୟ ରାଜପଥ ଉପରେ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହେଇଛି । ଦୀର୍ଘ ତିନି ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଅଗ୍ନିଶମ ବାହିନୀ ସହ ସ୍ଥାନୀୟ ବାସିନ୍ଦା, ବୋଲବମ୍ କାଉଡ଼ିଆ ଓ ପଥଚାରି ଙ୍କ ମିଳିତ ଉଦ୍ୟମ ରେ ରାସ୍ତା ଉପରୁ ଗଛ ହଟା ଯାଇ ପାରିଥିଲେ ସୁଦ୍ଧା ଟୁରିନଦୀ ର ଜଳସ୍ତର ବଢ଼ିଥିବା ଯୋଗୁଁ ଗାଡି ଚଳାଚଳ ସ୍ବାଭାବିକ ହୋଇ ନଥିବା ଜଣାଯାଏ।

nis-ad
Leave A Reply

Your email address will not be published.