ସ୍ୱାଧୀନତା ର ୭୫ ବର୍ଷ ପୁରିଲାଣି ତଥାପି ଅବହେଳିତ ଝରୀଗାଁ ବ୍ଲକ ର କିଛି ପଞ୍ଚାୟତ…

ଗାଁ କୁ ନା ଅଛି ରାସ୍ତା…, ନା ଅଛି ସ୍ୱାସ୍ଥ୍ୟ ବ୍ୟବସ୍ଥା….

ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତ ପାଟିଆଗୁଡା ଓ ପର୍ସଲ ଗାଁ ଲୋକଙ୍କ ଦୁଃଖ କହିଲେ ନସରେ ଉଭୟ ଗାଁ ଓ ରତାଖଣ୍ଡି ଗୁଡା ପଞ୍ଚାୟତ ରେ ପାଖାପାଖି ୬00 ପରିବାର ଲୋକ ବସବାସ କରନ୍ତି ମୁଖ୍ୟତଃ ରତାଖଣ୍ଡିଗୁଡା ପର୍ସଲ ରୁ ପାଟିଆଗୁଡା ମୁଖି ରାସ୍ତା ଅବସ୍ଥା ନକହିବା ଭଲ ପ୍ରାୟ ଏହିଁ ରାସ୍ତାରେ ସବୁଦିନ ଶହ ଶହ ସ୍କୁଲ ପିଲା ପାଠ ପଢି ବାକୁ ନିକଟ ରେ ଥିବା ସ୍କୁଲ ଯିବା ଆସିବା କରନ୍ତି ଯାହାକି ବର୍ଷା ଦିନେ ପିଲାମାନେ ସ୍କୁଲ କୁ ଯିବା ବି ବନ୍ଦ କରିଦିୟନ୍ତୀ l ଏହି ରାସ୍ତା ଦେଇ ଆଖ ପାଖ ଗାଁ, ତଥା କୋଦଭାଟା, ଛଟାଗୁଡ଼ା, ରତାଖଣ୍ଡୀଗୁଡ଼ା ଓ ପାର୍ଶଳା ଗାଁର ଯିବା ଆସିବା କରିଥାନ୍ତି , ସରକାର ଗାଁ ଗାଁ କୁ ରାସ୍ତା ବୋଲି ଯେଉଁ ଡିମ ଡିମା ପିଟୁଛନ୍ତି ତାହାର ନଗ୍ନ ଚିତ୍ର ଏଠାରେ ଦେଖିବାକୁ ମିଳୁଛି ଏହାକୁ ନେଇ ଏଠାରେ ସୂଚନା ଥାଉ lକି ଏହି ରାସ୍ତାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ କତୃପକ୍ଷ ଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହୋଇନାହିଁ l ମୁଖ୍ୟତଃ ବର୍ଷା ଦିନେ ରାସ୍ତାର ଅବସ୍ଥା ଅତି ଶୋଚନୀୟ

ହୋଇ ପଡୁଛି ଆଖ ପାଖ ଗାଁର ଲୋକ ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଜରୁରୀ କାଳୀନ ଯଥା ସ୍ୱାସ୍ଥ୍ୟ ଗତ ସମସ୍ୟା ସମୟରେ ରୋଗୀମାନେ ହସ୍ପିଟାଲ କୁ ଯାଇ ପାରୁ ନଥିବା ଅଭିଯୋଗ ହେଉଛି ମୁଖ୍ୟତଃ ଗର୍ଭବତୀ ମହିଳା ମାନେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଝରୀଗାଁ ଯିବାକୁ ପଡିଥାଏ କିନ୍ତୁ ରାସ୍ତା ଅବସ୍ଥା ଦେଖି ଭାଗ୍ୟ କୁ ଆଦରି ସ୍ଥାନୀୟ ଅଙ୍ଗନବାଡି ଦିଦି ଙ୍କ ଉପରେ ଓ ଭଗବାନ ଙ୍କୁ ଭରଷା କରିଥାନ୍ତି l ଏହି ସମସ୍ୟା କୁ ନେଇ ଆଖ ପାଖ ଗାଁର ବୁଦ୍ଧିଜିବିଓ ଜନସାଧାରଣ ବ୍ଲକ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ଯେ ଏହି ରାସ୍ତାରେ ଏକ ପୋଲ ତିଆରି କରି ସଂଯୋଗ ରାସ୍ତା କୁ ମରାମତି କଲେ ଜରୁରୀ କାଳୀନ ପରିସ୍ଥିତି ରୁ ଗ୍ରାମର ଲୋକ ମାନେ ରକ୍ଷା ପାଇଁ ପାରନ୍ତେ l ମୁଖ୍ୟତଃ ପାଖା ପାଖି ଛୋଟ ଛୋଟ ଗାଁ ଲୋକେ ନିଜର ସୁଭିଧା ଅସୁବିଧା ରେ ଝରୀଗାଁ ବ୍ଲକ କିମ୍ବା ରତାଖଣ୍ଡିଗୁଡା ପଞ୍ଚାୟତ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି ତେଣୁ ମୁଖ୍ୟ ସମସ୍ୟା ହେଲା ଗାଁ କୁ ରାସ୍ତା ତେଣୁ ପ୍ରଶାସନ ଏହାକୁ ଗଭୀରତା ସହିତ ବିଚାର କରି ବାକୁ ଅଞ୍ଚଳ ରୁ ଦାବୀ ହେଉଛି

nis-ad
Leave A Reply

Your email address will not be published.