ବଜ୍ରାଘାତରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ସୋମବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଅଞ୍ଚଳରେ ବର୍ଷା ହେବା ସହ ଆକାଶରେ ବିଜୁଳି ଚମକିଥିଲା। ବଜ୍ରପାତ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶରଧାପୁର ଗ୍ରାମର ମିଟୁ ଦାସ (୩୨) । ସେ ଜଣେ ରାଜମିସ୍ତ୍ରୀ ଅଟନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରକାଶ ଯେ, ଆହତ ମିଟୁ ସୋମବାର ସନ୍ଧ୍ୟାରେ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରର ଛାତ ଉପରେ କାମ କରୁଥିବା ବେଳେ ବର୍ଷା ହେବା ସହ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଘଟିବାରୁ ମିଟୁ ଛାତରୁ ତଳକୁ ଖସି ପଡି ଗୁରୁତର ଆହତ ହେବା ସହ ବଜ୍ରପାତରେ ଶରୀରର କିଛି ଅଂଶ ପୋଡି ଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.