ଖେଲୋଇଣ୍ଡିଆ ମହିଳା ତାଏକ୍ରୋଣ୍ଡୋରେ ସୁନ୍ଦରଗଡ଼ର ତିନି ଖେଳାଳି

ସୁନ୍ଦରଗଡ/ରାଉରକେଲା : ଅରୁଣାଚଳ ପ୍ରଦେଶର ଇଟାନଗର ସ୍ଥିତ ଖେଲୋ ଇଣ୍ଡିଆ ଷ୍ଟାଡିୟମ୍ ଠାରେ ଅଗାମୀ ଅକ୍ଟୋବର ୩ରୁ ୬ ତାରିଖ ଯାଏଁ ଖେଲୋ ଇଣ୍ଡିଆ ଦ୍ଵିତୀୟ ଅସ୍ମିତା ମହିଳା ଟାଇକୋଣ୍ଡୋ ଲିଗ୍ ୨୦୨୪ ଅନୁଷ୍ଠିତ ହେବ । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ରୁ ରାଉରକେଲା ଓ ବୀରମିତ୍ରପୁର ସହରର ୩ ଖେଳାଳି ଭାଗ ନେବେ । ଜୁନିଅର ବର୍ଗରେ ରାଉରକେଲା ର ପଲ୍ଲବୀ ଗୁପ୍ତା ଓ ବୀରମିତ୍ରପୁରର ସାକ୍ଷୀ ମହତୋ , ସିନିୟର୍ ବର୍ଗରେ ନେହା ସାହୁ ଙ୍କୁ ଚୟନ କରାଯାଇଛି । ପ୍ରଶିକ୍ଷକ ମୁକେଶ କୁମାର ସାହୁଙ୍କ ଠାରୁ ରାଉରକେଲା ସ୍ଥିତ ସିଭିଲ୍ ଟାଉନ୍ ସିପ୍ ଠାରେ ପ୍ରଶିକ୍ଷଣ ନେଇ ଜିଲ୍ଲା ତଥା ରାଜ୍ୟ କୁ ଗୌରବାନ୍ବିତ କରିବେ ବୋଲି ଆଶା ରଖିଛନ୍ତି ଏହି ତିନି ଖେଳାଳି । ଏହାକୁ ନେଇ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏକ ଖୁସି ର ଲହରି ଖେଳି ଯାଇଛି I

nis-ad
Leave A Reply

Your email address will not be published.