କଇଁଛ ବୋଝେଇ ପିକଅପ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ କୌଣସି ଏକ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଏକ କଇଁଛ ବୋଝେଇ ପିକଅପ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ପିକଅପ (ଗାଡ଼ି ନମ୍ବର ଏପି ୩୯ ଏନଏସ ୧୫୬୬) ରେ ଆନ୍ଧ୍ରପ୍ରଦେଶ ର ନରସିଂପାଟଣା ଠାରୁ କାଲିମେଳାକୁ ଚୋରା ଚାଲାଣ ହେଉଥିଲା କଇଁଛ । ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ୪୯୮ ଟି କଇଁଛ ଏହି ଗାଡ଼ିରେ ଚାଲାଣ କରାଯାଉଥିଲା ଏବଂ ଏଗୁଡିକ ର ଆନୁମାନିକ ଓଜନ ପ୍ରାୟ ୧ ଟନ ରୁ ଅଧିକ ହେବ । ଚାଲାଣ କରୁଥିବା ଦୁଇ ଜଣ ଆସାମୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ କାବୁ କରିନେଇଛି । ଏହି ଦୁଇ ଜଣଙ୍କ ନାମ ପ୍ରସନଜିତ ଘରମେଇଁ ଓ ସନ୍ଦୀପ ବେପାରୀ ଏବଂ ଏମାନଙ୍କ ଘର କାଲିମେଳା ଅଞ୍ଚଳର ଏମପିଭି-୯୬ ବୋଲି ଜଣା ପଡ଼ିଛି । ଏତେ ଗୁଡିଏ କଇଁଛ କାହିଁକି ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ରାକେଟ ରେ ଅନ୍ୟ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଚିତ୍ରକୋଣ୍ଡା ବନ ବିଭାଗ ଅଧିକାରୀ ବଳରାମ ନାୟକ, ବନପାଳ ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଜବତ କରାଯାଇଛି ।

nis-ad
Leave A Reply

Your email address will not be published.