ଦଲାଲ ଙ୍କ କବଜାରେ କାଲିମେଳା ମିନି ଷ୍ଟାଡିୟମ : ପ୍ରତିବାଦରେ କାଲିମେଳା ବନ୍ଦ ଡାକରା ଦେଲେ ଅଞ୍ଚଳ ବାସୀ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବାସୀ ଆଜି କାଲିମେଳା ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡ଼ାକରାରେ କାଲିମେଳାର ସମସ୍ତ ଯୁବକ ସହ କାଲିମେଳା ବାସୀ ଏହି ଡାକରା କୁ ସଫଳ କରିବା ପାଇଁ ଧାରଣା ମଧ୍ୟ ଦେଇଛନ୍ତି । ସୂଚନା ଅନୁଯାୟୀ କାଲିମେଳାରେ ଥିବା ମିନି ଷ୍ଟାଡିୟମରେ କେହି ଜଣେ ଜମି ଦଲାଲ ନିଜ ନାମରେ ଥିବା ଦର୍ଶାଇ ଚାଷ କରୁଛନ୍ତି । ଯାହା ଫଳରେ କାଲିମେଳାରେ ଥିବା ଏହି ଏକ ମାତ୍ର ମିନି ଷ୍ଟାଡିୟମ ବର୍ତମାନ ବନ୍ଦ ହେବାକୁ ଯାଉଛି । ଏଥିସହ ଏହି ଷ୍ଟାଡିୟମ ରେ କାଲିମେଳା ର ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହେଉଥିଲା । କିନ୍ତୁ ସେଠାରେ ବର୍ତମାନ ଚାଷ ହେବା ଦ୍ୱାରା ସେହି ଷ୍ଟାଡିୟମ ବର୍ତମାନ ନଷ୍ଟ ହେବାକୁ ଯାଉଛି। ଯାହାର ପ୍ରତିବାଦ କରି ଆଜି କାଲିମେଳା ବାସୀ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡ଼ାକରାରେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ନିଜକୁ ସ୍ୱତ୍ୱ ପ୍ରବୃତ୍ତ ଭାବେ ସାମିଲ କରିଛନ୍ତି ।

nis-ad
Leave A Reply

Your email address will not be published.