ଚୋରି ଅଭିଯୋଗରେ ଦୁଇ ଗିରଫ କୋର୍ଟ ଚାଲାଣ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳର ଦୁଇ ଯୁବକଙ୍କୁ ସ୍ଥାନୀୟ ପୋଲିସ ଏସ ଆଇ ସାଜନ କୁମାର ଗିରଫ କରି ଆଜି ହାଜତ ଚାଲାଣ କରିଥିବା ଜଣାପଡିଛି ! ବୀରମିତ୍ରପୁର ଥାନା ଅନ୍ତର୍ଗତ ଶେଷ କଲୋନୀ ଅଞ୍ଚଳର ସଞ୍ଜୀବ ଟପୋଙ୍କ ଘରୁ ଗତ ମାସ ତା: ୧୧/୦୮/୨୪ ରିଖ ଦିନ ମଧ୍ୟରାତ୍ର ଘରେ ସୋଇଥିବା ସମୟରେ ତିନୋଟି ଆଳମିରା ଭାଙ୍ଗି ସୁନା ଅଳଙ୍କାର ଚୋରି ଅଭିଯୋଗରେ ପୋଲିସ ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଛି ! ବୀରମିତ୍ରପୁର ଅଞ୍ଚଳର ମିସ୍ତ୍ରୀ ଦଫେଇ ରୋହିତ ତିର୍କି ଓ ଅନ୍ଧାରୀ ଗ୍ରାମର ପିଣ୍ଟୁ ସାହୁ ମଧ୍ୟରାତ୍ର ସମୟରେ ଘରେ ପଶି ଆଲମିରା ଭାଙ୍ଗି ସୁନା ଚେନ, ତିନୋଟି ସୁନା ଆଙ୍ଗୁଠି, ଓ ଚୁଡ଼ି ଚୋରି କରି ନେଇଥିଲେ ! ଏହା ଜାଣି ଶ୍ରୀ ଟପୋ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ପୋଲିସ କୌଣସି ସୂତ୍ରରୁ ଖବର ପାଇ ଷୋମବାର ଦୁହେଁ ଙ୍କୁ ଗିରଫ କରି ହାଜତ ଚାଲାଣ କରିଥିବା ଜଣାପଡିଛି !

nis-ad
Leave A Reply

Your email address will not be published.