ଅବ୍ୟବସ୍ଥା ଘେରରେ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ

ମାଲକାନଗିରି : ଅବ୍ୟବସ୍ଥା ଘେରରେ ଖଇରପୁଟ ବ୍ଳକ ଅନ୍ତର୍ଗତ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟର । ସ୍କୁଲ ଟି ରାଜରାସ୍ତା ଠାରୁ ୫୦୦ମିଟର ଦୂରରେ ରହିଅଛି। ସ୍କୁଲ ବିଭିନ୍ନ ସମସ୍ୟା ଘେରିରହିଛି ଶ୍ରେଣୀ ଗୃହ ଭିତରେ ପାଣି ଗଲୁଛି, ପ୍ରଧାନ ଶିକ୍ଷକଙ୍କ ରୁମଟିର କାନ୍ଥ ସବୁ ଫାଟି ଆଁ କଲାଣି । ମୁଖ୍ୟ ସମସ୍ୟା ହେଲା ସ୍କୁଲକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ପିଲା ମାନେ କାଦୁଅ ପଚ ପଚ ରାସ୍ତା ରେ ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ କାଦୁଅ ଯୋଗୁଁ ତାଙ୍କୁ ସ୍କୁଲକୁ ଯିବାକୁ ମନ ବଳୁନାହିଁ ,ପିଲା ମାନେ ବର୍ଷା କାଦୁଅ ଯୋଗୁଁ ସ୍କୁଲ ଯିବାକୁ ମନା କରୁଛନ୍ତି । ଯାହା ଫଳର ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଲୁଛି। ସ୍କୁଲକୁ ଲାଗି ଥିବା ନାଳ ଟି ଧୀରେ ଧୀରେ ସ୍କୁଲ ମୁହାଁ ହେଉଥିବା ବେଳେ, ମାଟି ଅତଡା ଖସି ସ୍କୁଲ ଆଡ଼କୁ ମାଡ଼ିଆସିବା ଯୋଗୁ ସ୍କୁଲ ପ୍ରତି ବିପଦ ଘନଉଛି । ଯାବତୀୟ ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ ପ୍ରଶାସନକୁ ଅନୁରୋଧ କରିବା ସହ ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ କରିବାକୁ ଦାବି ଜଣାଇଛନ୍ତି ।

nis-ad
Leave A Reply

Your email address will not be published.