ଶ୍ୱଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ

ଫୁଲବାଣୀ (୧୬/୦୭) : ଶ୍ଵଶୁର ଘରେ ଜ୍ବାଇଁଙ୍କ ମୃତ୍ୟୁ । ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପୁଅ ଘରଲୋକ । ଏନେଇ ପୁଅର ମା ମଦନା ଡିଗଲ ଫିରିଙ୍ଗିଆ ଥାନାରେ ଏତେଲାପରେ ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟଯେ, ଫୁଲବାଣୀ ସଦର ଥାନା କୁମୁରି ଗୁଡ଼ା ଅଞ୍ଚଳର ନଟବର ଦିଗଲ ସ୍ତ୍ରୀ ନିଦ୍ରାବତୀ ଦିଗଲ ଓ ପିଲାମାନଙ୍କୁ ଆଣିବା ପାଇଁ ୧୩ ତାରିଖ ଦିନ ଫିିରିଙ୍ଗିଆ ଶ୍ୱଶୁର ଘରକୁ ଯାଇଥିଲା । ହେଲେ ୧୫ତାରିଖ ଦିନ ସଂଧ୍ୟାରେ ନଟବରର ମୃତ୍ୟୁ ହୋଇଥିଲାଏଣୁ, ହଠାତ କିପରି ନଟବରର ମୃତ୍ୟୁ ହେଲା ସେ ନେଇ ମୃତନଟବରର ମା ପୁଅକୁ ମାରିଦେଇ ଥାଇପାରନ୍ତି ବୋଲି ସନ୍ଦେହ କରି ଥାନାରେ ଏତଲା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ମୃତ ନଟବର ଓ ସ୍ତ୍ରୀ ନିଦ୍ରାବତୀ ଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗିରହିଥିଲା। ଫଳରେ ନଟବରର ସ୍ତ୍ରୀ ନିଦ୍ରାବତୀ ପିଲାମାନଙ୍କ ସହ ବାପଘର ଫିରିଙ୍ଗିଆରେ ରହୁଥିଲା। ନଟବର ସ୍ତ୍ରୀ ଓ ପିଲା ଛୁଆଙ୍କୁ ଆଣିବା ଲାଗି ଯାଇଥିବା ବେଳେ ନଟବର ର ମୃତ୍ୟୁ ହୋଇଥିଲା ତେବେ ଏନେଇ ପୋଲିସକୁ ପରରିବାର ଉପରେ ତଦନ୍ତ ଚାଲୁ ରଖିଛି। ତଦନ୍ତ ପରେ ଓ ଶବ ବ୍ୟବଛେଦ ରିପୋର୍ଟ ମିଳିବାପରେ ନଟବରର ମୃତ୍ୟୁ କିପରି ହୋଇଛି ସ୍ପଷ୍ଟ ହେବ ବୋଲି କହିଛି ।

nis-ad
Leave A Reply

Your email address will not be published.