ଚୋରଙ୍କ ଅମରାବତୀ ବୈଦ୍ୟନାଥପୁର ଥାନା ଅଞ୍ଚଳ

ବ୍ରହ୍ମପୁର : ପୋଲିସ ପ୍ରଶାସନର କଡା ପାଟ୍ରୋଲିଙ୍ଗ ପରେ ମଧ୍ୟ ଚୋର ଚୋରି କରିବାରେ ସଫଳ ହେଉଥିବା ସହରରେ ଦେଖିବାକୁ ମିଳୁଛି l କିନ୍ତୁ ପୋଲିସ ର କୋଉଠି ନା କୋଉଠି କିଛି ଦୁର୍ବଳତା ଥିବା ନେଇ ଚୋରି ହେଉଥିବା ସ୍ଥାନୀୟ ଲୋକ ଙ୍କ ମନ ରେ ସନ୍ଦେହ ସୃଷ୍ଟି କରୁଛି l ବୈଦ୍ୟନାଥପୁର ଥାନା ଅଧିନସ୍ଥ ଶିଳ୍ପାଞ୍ଚଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଷ୍ଟ ଛକ ଶୋକଳେଶ୍ୱର ମନ୍ଦିର ଭିତରେରେ ଥିବା ଶନିଶ୍ଚର ମନ୍ଦିର ରୁ ହୁଣ୍ଡୀ ଭାଙ୍ଗି ସେଥିରେ ଥିବା ପ୍ରାୟ ୮ହଜ଼ାର ଟଙ୍କା ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି ମନ୍ଦିର କମିଟି l

ପ୍ରଥମ ଥର ଚୋରି ହେଇଥିବା ଘଟଣା ର ପୋଲିସ ପାଖରେ କୌଣସି ସୁରାଗ ନଥିବା ବେଳେ ଆଜି ଦ୍ୱତୀୟ ଥର ପାଇଁ ଚୋରି ହେଇଥିବା ସୂଚନା ଅନୁଯାୟୀ ଗତ କାଲି ରାତି ୧୦ ସମୟ ରେ ମନ୍ଦିର ପୂଜକ ମନ୍ଦିର ବନ୍ଦ କରି ଯାଇଥିଲେ l ମଧ୍ୟ ରାତ୍ର ରେ ମନ୍ଦିର ର ହୁଣ୍ଡୀ ଭାଙ୍ଗି ଚୋରି ହେଇଯାଇଥିବା ବେଳେ ଆଜି ମନ୍ଦିର ର ପୂଜକ ସକାଳ ଭୋର ରେ ଆସି ଦେଖିବା ବେଳେ ଭଙ୍ଗା ଯାଇଥିବା ହୁଣ୍ଡୀ ରୁ ବଞ୍ଚିଥିବା କିଛି ଟଙ୍କା କୁ ଗୋଟିଏ ପିଲା ବାହାର କରି ନେଉଥିବା ବେଳେ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଉକ୍ତ ପିଲା କୁ ଅଟକ ରଖା ଯାଇଥିଲା l ପରେ ସେଇ ପିଲା କୁ 112 କୁ ଫୋନ କରି ମନ୍ଦିର କମିଟି ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ବୈଦ୍ୟନାଥପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଥାନା ଅଧିକାରୀ ରାମ କୁମାର ମୁର୍ମୁ ଘଟଣା କୁ ଗୁରୁତ୍ୱ ନେବା ସହ ସୂତନ୍ତ୍ର ଏକ ଟିମ ଗଠନ କରି ଅଭିଯୁକ୍ତ କୁ ଶୀଘ୍ର ଗିରଫ କରା ଯିବ ବୋଲି ସେ କହିଛନ୍ତି l

nis-ad
Leave A Reply

Your email address will not be published.