କାଉଡ଼ିଆ ଭକ୍ତଙ୍କ ମାସିକିଆ ସଂକଳ୍ପ ବ୍ରତ ଧାରଣ


ହିଞ୍ଜିଳିକାଟୁ(୧୩ା୭) : ବୋଲବୋମ଼ ପାଇଁ ହିଞ୍ଜିଳିକାଟୁ ସହର ଓ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି । ଶ୍ରାବଣମାସ ସୋମବାର ରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ ଲାଗି ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ବହୁ କାଉଡ଼ିଆ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଛନ୍ତି । ଆଷାଢ ପୁର୍ଣ୍ଣିମା ଅବସରରେ ବୁଧବାର ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ପୂଜକ ସୁଦର୍ଶନ ଖାଡଙ୍ଗାଙ୍କ ପୌରହିତ୍ୟରେ ପୂଜାହେମାଦି ଅନୁଷ୍ଠିତ ହୋଇଥିଲା । କର୍ତ୍ତା ରୂପେ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । କାଉଡ଼ିଆ ମାନେ ମାସ ତମାମ ଦିନରେ ଥରେ ସାତ୍ୱିକ ଅରୁଆ ଅନ୍ନ ଭୋଜନ କରି ସମସ୍ତ ନିୟମ ପାଳନ କରିବା ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଥିଲେ । ହିଞ୍ଜିିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ୍ ସଙ୍ଘର ପ୍ରଥମ ପାଳି ସୋମବାରରେ ତୁମ୍ବେଶ୍ୱର ନଦୀରୁ ପବିତ୍ର ଜଳ ଧାରଣ କରି ପୋଲସରା ସ୍ଥିତ ଲଙ୍ଗଳେଶ୍ୱରଙ୍କ ପୀଠରେ ଜଳଲାଗି କରିବେ । ୨ୟ ପାଳି ସୋମବାରରେ ଆସିକା ପୁଡଗେଶ୍ୱର ଠାରୁ ଋଷିକୁଲ୍ୟା ପବିତ୍ର ନଦୀ ଜଳ ନେଇ ହିଞ୍ଜିଳିକାଟୁ ଚନ୍ଦ୍ରକଳ୍ପେଶ୍ୱର, ୩ୟ ପାଳି ସୋମବାରରେ ବୌଦ୍ଧ ନଦୀରୁ ଜଳ ଧାରଣ କରି ସୁବର୍ଣ୍ଣପୁର ସୁବର୍ଣ୍ଣମେରୁ ଓ ଶେଷ ପାଳି ସୋମବାରରେ କାଞ୍ଜିଆମା ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ଠୁରୁବୁରାଇ ହଳଦିଆପଦର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମହାଦେବଙ୍କ ଠାରେ ଜଳଲାଗି କରିବା ଲାଗି ସ୍ଥିର କରାଯାଇଛି । ଉକ୍ତ ସଂକଳ୍ପ ବ୍ରତରେ ବହୁ କାଉଡ଼ିଆ ଅଂଶ ଗ୍ରହଣ କରି ମାନସିକ ବ୍ରତ ଧାରଣ କରିଥିଲେ । ବୋଲବମ ସଙ୍ଘର ସଭାପତି ସିମାଞ୍ଚଳ ମୁଦୁଲି, ଉପସଭାପତି ଗୋପାଳ କୃଷ୍ଣ ସାହୁ , କୋଷାଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ, ମନୋରଞ୍ଜନ ପାଠି, ଜଗନ୍ନାଥ ଚୌଧୁରୀ, ସିମାଞ୍ଚଳ ଚୌଧୁରୀ, ତ୍ରିନାଥ ଭୂୟାଁ, ଶଙ୍କର ବାସୁଦେବ ବେହେରା, ଦ୍ୱିତୀକୃଷ୍ଣ ସାହୁ, ସମିର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସେହିପରି ହିଞ୍ଜିଳି ସ୍ବେପ୍ନେଶ୍ବର, ନୁଆଗଡ ବାଲୁଙ୍କେଶ୍ଵର,ଵୁଦ୍ଧେଶ୍ବର,ଗୁପକତେଶ୍ବର ବୋଲବୋମ଼ ସଂଘର କାଊଡିଆ ମାନେ ଵିଭିନ୍ନ ଶୈବ ପୀଠରେ ମାସିକ ସଂଙ୍କଳ୍ପ ଵ୍ରତ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.