ଜିଲ୍ଲା ସ୍ବାସ୍ଥ୍ୟ କମିଟି ବୈଠକ ଅନୁଷ୍ଠିତ

ଛତ୍ରପୁର(୧୩/୦୭) : ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ କମିଟି ବୈଠକ ଓସ୍ବାନ୍ ହଲ୍ ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଜଣାଇଥିଲେଯେ, ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବସେ ଦିଗରେ ସମସ୍ତ ବିଭାଗର ଗୁରୁ ଦାୟିତ୍ବ ରହିଛି । ର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସ୍ଥିତି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏହାର ମୁକାବିଲା ସକାଶେ ଜିଲ୍ଲାବାସୀ ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ବ ଦେବା ଜରୁରୀ । ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଯେପରି ସୁନାମ ଅର୍ଜନ କରିବ ସେ ଦିଗରେ ସମସ୍ତ ସଂପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ।
ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଯକ୍ଷ୍ମାରୋଗର ଲକ୍ଷଣ ପୂର୍ବରୁ ଚିହ୍ନଟକରାଯାଇ ଅନେକ ଲୋକଙ୍କୁ ଚିକିତ୍ସା ଦିଆଯାଇ ପାରୁଛି । ଯକ୍ଷ୍ମା ରୋଗର ଚିହ୍ନଟ ପ୍ରକ୍ରିୟା ତଳ ସ୍ତରରୁ ଘରକୁ ଘର ବୁଲି କରାଯାଉ । ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକୁ ପରିଚାଳନା କରିବା ଦିଗରେ କାର୍ଯ୍ୟଭାର ଗ୍ରହଣ କରିଥିବା ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଗୀ କଲ୍ୟାଣ ସମିତି ଦ୍ବାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ,ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । ଜନ ଔଷଧି କେନ୍ଦ୍ର, ବ୍ରହ୍ମପୁର ସିଟି ହସ୍ପିଟାଲର କାର୍ଯ୍ୟକାରୀ କମିଟି ଦ୍ବାରା ପରିଚାଳନା ହେଉଥିବା ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାରେ ଚିକିତ୍ସାଳୟର ଆବଶ୍ୟକତାକୁ ଲକ୍ଷ୍ୟକରି ଚିକିତ୍ସାଳୟ ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ବର୍ତ୍ତମାନ ଚାଲୁଥିବା କୋଠାଗୃହର ନିର୍ମାଣ କାର୍ଯ୍ୟ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା । ଯେଉଁ ଅଞ୍ଚଳରେ ଜାଗା ସମ୍ପର୍କିତ କିଛି ସମସ୍ୟା ରହିଛି ତେବେ ନିକଟବର୍ତ୍ତୀ ସ୍ଥାନ ଚିହ୍ନଟକରି ନିର୍ମାଣ କାର୍ଯ୍ୟଧାରାକୁ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଠା ନିର୍ମାଣ ନିମନ୍ତେ ଦାୟୀତ୍ବ ଗ୍ରହଣ କରିଥିବା ଲାଇନ୍ ବିଭାଗ ସ୍ବାସ୍ଥ୍ୟ କୋଠା ନିର୍ମାଣ ଦିଗରେ ଅଧିକ ତତ୍ପରତା

nis-ad
Leave A Reply

Your email address will not be published.