ଜେଜେମା ଓ ନାତୁଣୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ(୧୩/୭) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମଙ୍ଗଳବାର ହିଞ୍ଜିଳିବ୍ଳକ ବାଦିଆମ୍ବଗାଁରେ ଘଟିଥିବା ଜେଜେମା କମା ସେଠୀ (୭୦) ଓ ନାତୁଣୀ ଶ୍ରୀଘା (୩ )ହତ୍ୟା ମାମଲାର ଶୁଣାଣି ହୋଇଛି। ୧୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଗ୍ରହଣ କରି ଅତିରିକ୍ତ ଜିଲା ଦୌରାଜଜ୍ ରାଜା ଗଞ୍ଜନ ପାଢୀ ଅଭିଯୁକ୍ତ ରଞ୍ଜନ ସେଠୀଙ୍କୁ ଆଜୀବନ ଓ ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ବାଦିଆମ୍ଵଗାଁ ଖଳା ସାହିରେ ମିଟୁ ସେଠୀ ସେଠୀ ,ସନ୍ତୋଷ ସେଠୀ ଓ ତାଙ୍କ ମା କମା ସେଠୀ ରହୁଥିଲେ । ପଡୋଶୀ ଭାବେ ସ୍ବର୍ଗତ କାଶୀନାଥ ସେଠୀଙ୍କ ପୁଅ ରଞ୍ଜନ ସେଠୀ ରହୁଥିଲେ। ଉଭୟ ପଡୋଶୀ ଦୂର ସମ୍ପର୍କୟ ହୋଇଥିଲେ ମଧ୍ୟ ରଞ୍ଜନ ସଦାବେଳେ କମାଙ୍କ ପରିବାର ସହପାଟିତୁଣ୍ଡ ଗଣ୍ଡଗୋଳ କରୁଥିଲା। ୧୦ ।୧୨।୧୭ ମସିହା ରବିବାର ସକାଳ ୮ଟା ସମୟରେ କମା ସେଠୀ (୭୦) ଓ ପୁଅ ମିଟୁ ର ଝିଅ ତଥା ନାତୁଣୀ ଶ୍ରୀଘା(୩)କୁ ଧରି ଘର ବାରଣ୍ଡାରେ ବସିଥିବା ବେଳେ ପଡୋଶୀ ରଞ୍ଜନ କାତି ଧରି ଆସି ହଠାତ୍ କମା ସେଠୀଙ୍କ ମୁଣ୍ଡକୁ ବାରମ୍ବାର ହାଣିଥିଲା। ଫଳରେ ଘଟଣାସ୍ଥଳରେ କମା ରକ୍ତ ଜୁଡୁବୁଡୁ ଅଵସ୍ଥାରେ ପଡିରହିଥିଲେ । ଏହା ଦେଖି ନାତୁଣୀ ଶ୍ରୀଘା କାନ୍ଦି କାନ୍ଦି ସେଠାରୁ ଦୌଡି ପଳାଉଥିବା ବେଳେ ରଞ୍ଜନ ତାକୁ ଘୋଷାଡି ଆଣି ମୁଣ୍ଡ ଓ ମୁହଁକୁ ୧୦ ରୁ ଅଧିକ ଥର ହାଣିଚାଲିଥିଲା । ଜେଜେମା ଓ ନାତୁଣୀ ରକ୍ତ ଜୁଡୁବୁଡୁ ଅଵସ୍ଥାରେ ଛଟପଟ ହେଉଥିବା ଵେଳେ ରଞ୍ଜନ ପଳାଇଥିଲା। ପରେ ଗ୍ରାମବାସୀ ରଞ୍ଜନ କୁ କାବୁ କରି ଘରପାଖ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୋଲିସ କୁ ଖଵର ଦେଇଥିଲେ। ଜେଜେମା ଓ ନାତୁଣୀ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଇଥିଲେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସକଳ ୯ ଟା ଵେଳେ ଶ୍ରୀଘା ଓ ୧୧ ଟା ବେଳେ କମାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ହିଞ୍ଜିଳିକାଟୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ମେଡିକାଲ ରେ ପହଞ୍ଚି ଉଭୟ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଥୁଲେ। ଏ ନେଇ ନଂ, ହିଞ୍ଜିଳି ନାରେ ନଂ,୨୭୫/୧୭ ରେ ଏକ ମାମଲା ଦାଖଲ କରାଯାଇଥିଲା । ଛତ୍ରପୁର ଜିଲ୍ଲା ଦୌରାଜଜ୍ ଙ୍କକୋର୍ଟରେ ଏସଟି ୧୦୬/୧୮ରେ ଏକ ମାମଲା ରୁଜୁ ହୋଇ ମାମଲା ଚାଲିଥିଲା ।

nis-ad
Leave A Reply

Your email address will not be published.