ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଲାପଟପ, ମୋବାଇଲ ଓ କେମେରା ଚୋରି ଅଭିଯୋଗରେ ଟାଉନଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ତୋଟାପଲ୍ଲୀ ସାହି ର ହାଡୁ ଦାସ ଏବଂ ବାବାଜୀ ତୋଟା ସାହି ର ଜଗନ୍ନାଥ ବେହେରା l ଆଙ୍କୁଲି ନିଗମ ନଗର ତୃତୀୟ ଗଳି ନିବାସୀ ରାକେଶ ପଣ୍ଡା ନାମକ ଜଣେ ଫୋଟଗ୍ରାଫର ତିନି ଦିନ ତଳେ ଏକ ବାହାଘରରେ ଫୋଟୋ ଉଠାଇ ପେରିବା ବେଳେ, ପୁରୁଣା ବସଷ୍ଟାଣ୍ଡ ଠାରେ ଟିକେ ଅଶୁସ୍ଥ ଅନୁଭବ କରିବା ପରେ ଏକ ବହି ଦୋକାନ ର ବାରଣ୍ଡା ରେ କିଛି ସମୟ ବିଶ୍ରାମ କରିଥିଲେ l କିଛି ସମୟ ପରେ ଉଠି ଦେଖିବା ପରେ ତାଙ୍କ କେମେରା, ଲାପଟପ ଏବଂ ସେ ଧରିଥିବା ମୋବାଇଲ ଫୋନ କିଏ ଚୋରି କରି ନେଇଥିବା ଜାଣିବାକୁ ପାଇଲେ l ବହୁତ ଖୋଜା ଖୋଜି କରି ନ ମିଳିବ ପରେ ରାକେଶ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ତାଙ୍କ ଅଭିଯୋଗ କୁ ଭିତ୍ତି କରି 174/22 ରେ ଏକ କେଶ ରୁଜୁ କରାଯାଇଥିଲା l ଆଖ ପାଖ ରେ ଲାଗିଥିବା ସି ସି ଟିଭି କୁ ଦେଖି ଟାଉନ ଥାନା ପୋଲିସ ଦୁଇ ଚୋର ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହେଇଛି।
ସେମାନଙ୍କୁ ଥାନା କୁ ଆଣି ପଚାର ଉଚରା କରିବା ପରେ ସେମାନେ ଉକ୍ତ ଚୋରି କରିଥିବା ଏବଂ ଲାପଟପ , ମୋବାଇଲ ଏବଂ ଫୋନ ଗୋଟିଏ ବେଗ ରୁ ପୋଲିସ ଉଦ୍ଧାର କରି ଅଭିଯୋଗକାରି ରାକେଶ ପଣ୍ଡା ଙ୍କୁ ହସ୍ତାନ୍ତର କରିଛି ଟାଉନ ଥାନା ପୋଲିସ। ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନ ଅଧିକାରୀ ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.