୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି 

ନୂଆପଡ଼ା: ନୂଆପଡ଼ାରେ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଚମ୍ପଟ ମାମଲାରେ ପୋଲିସର ତଦନ୍ତ ଜାରି । ବଲାଙ୍ଗୀର ଜିଲ୍ଲା ଭରୁଆକାନୀ ଜଙ୍ଗଲ ନିକଟରୁ ସିଏମଏସ ଭ୍ୟାନ ଉଦ୍ଧାର କରିଛି ପୋଲିସ। ଏହି ମାମଲାରେ ଖଡିଆଳ ପୋଲିସ ଜଣେ ସିକ୍ୟୁରିଟି ଗାର୍ଡ ସମେତ ସିଏମଏସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ଜିଲା ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ତଦନ୍ତ ଜାରି ରଖିଛି। କିନ୍ତୁ ୫୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିବା ଡ୍ରାଇଭରକୁ ଠାବ କରିବାରେ ଏବେ ବି ପୋଲିସ ହାତ ଖାଲି।

ଗତକାଲି ଖଡିଆଳ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖା ନିକଟରୁ ୫୭ଲକ୍ଷ ଟଙ୍କା ଭର୍ତ୍ତିଥିବା ସିଏମଏସ ଭ୍ୟାନ ଧରି ଡ୍ରାଇଭର ଚମ୍ପଟ ମାରିଥିଲା। ଏନେଇ ଥାନାରେ ନୂଆପଡା ଜିଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସମେତ ଖଡିଆଳ ପୋଲିସ ଓ ବଲାଙ୍ଗୀର ଜିଲା ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛି। ଟଙ୍କା ଲୁଟ ଘଟଣାରେ ଡ୍ରାଇଭର ଓ ସିଏମଏସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି ନା ଅନ୍ୟ କୈାଣସି ଦୁବୃର୍ତ୍ତ ଏହି କାଣ୍ଡ ଭିଆଇଛନ୍ତି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.