ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଛନ୍ତି ।

ଖବର ମୁତାବକ, ଉଭୟଙ୍କ ଭିତରେ ରାଜନୈତିକ କଥାବାର୍ତ୍ତା ହୋଇଥିବା ନେଇ ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବର୍ତ୍ତମାନ ହିମନ୍ତ ବିଶ୍ବଶର୍ମା ଝାଡ଼ଖଣ୍ଡ ପାଇଁ ବିଜେପିର ସହ ପ୍ରଭାରୀ ଅଛନ୍ତି । କିଛି ଦିନ ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇଚର୍ଚ୍ଚା ହୋଇଥିଲା ।

2024 ନଭେମ୍ବରରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଆଲୋଚନା ହେଉଥିବା ଅନୁମାନ କରାଯାଉଛି ।

ଏହା ପରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ ବିଶ୍ବଶର୍ମା । ସେଠାରୁ ସେ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.