ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୧ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭୭ଜଣ ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୬ଜଣ ଆକ୍ରାନ୍ତ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରନ୍ତ ରହିଥିବା ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୮, ଷ୍ଟେଟପୁଲରୁ ୪୩, ବାଲେଶ୍ୱରରୁ ୨୨, ସୁନ୍ଦରଗଡ଼ରୁ ୨୦, ପୁରୀରୁ ୧୧, ସମ୍ବଲପୁରରୁ ୯ ଓ ମୟୂରଭଞ୍ଜରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୬, ଭଦ୍ରକ ଓ ଯାଜପୁରରୁ ୫ଜଣ ଲେଖାଏ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼, ଝାରସୁଗୁଡ଼ା ଓ ନୟାଗଡ଼ରୁ ୪ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୩, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା ଓ ସୋନପୁରରୁ ୨ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି ।
ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୩ ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ମାତ୍ର ୭ ଜିଲ୍ଲା କରୋନା ମୁକ୍ତ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୫୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏଯାଏ ମୋଟ୍ ୧୨ଲକ୍ଷ ୯୧ ହଜାର ୯୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ଲକ୍ଷ ୮୦ହଜାର ୫୩୨ଜଣ ସୁସ୍ଥ ହୋଇସାରିଛନ୍ତି । ଆଉ ବର୍ତ୍ତମାନ ରାଜ୍ୟରେ ୨୨୩୫ କରୋନା ସକ୍ରିୟ ଆକ୍ରାନ୍ତ ରହିଛି ।