ଖଲ୍ଲିକୋଟ : ଘୋଷ ଯାତ୍ରା ପାଇଁ ରଥ, ପଥ, ଜଗନ୍ନାଥ ପ୍ରସ୍ତୁତ

ଖଲ୍ଲିକୋଟ : ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଉପଲକ୍ଷେ ଚଳିତ ବର୍ଷ ଖଲ୍ଲିକୋଟ ରେ ରଥଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ମନ୍ଦିର ସମୂହ କମିଟି ନିଷ୍ପତି ନେଇଥିବା ଜଣାପଡ଼ିଛି l ମହାରଣା ସେବକ ମାନେ ପାରାଭାଡି କଳସ ସମେତ ଯୋଜ ପଟା ବ|ଡ଼ିଆ ପରେ ରଥ ରେ କପଡା ଆଭରଣ ପରେ ରଥ କୁ ପ୍ରସ୍ତୁତ କରାଯାଇଛି l ଶ୍ରୀ ଜୀଉ ମାନଙ୍କୁ ବନକ ଲାଗି ପରେ ମୁଖ ଶୃଂଘାର ପରେ ଠାକୁର ମାନଙ୍କ ନୂତନ ବସ୍ତ୍ର ପରିଧାନ ପରେ ଠାକୂର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ନବଯୌବନ ଦର୍ଶନ ପରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ଉଭା କରାଯାଇ ଥିଲା l ତେବେ ରଥଯାତ୍ରା କୋଭିଡ ର ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି l ତଦନୁଯାୟୀ ସ୍ଥାନୀୟ ପୋଲିସ ବଳ ଓ ମନ୍ଦିର ପ୍ରଶାସନ ଓ ଏନ ଏ ସି ତରଫରୁ ଯାନବାହାନ ନିୟନ୍ତ୍ରଣ ଓ ବଡଦାଣ୍ଡ ରୁ ସମସ୍ତ ଉଠା ଦୋକାନୀ ମାନଙ୍କୁ ହଟାଇବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କ କରଯାଇଛି l ଆସନ୍ତାକାଲି ଆଜ୍ଞାମାଳ ଆସିବା ପରେ ସୂର୍ଯ୍ୟ ପୂଜା ଦ୍ଵାରପାଳ ପୂଜା ଓ ରଥ ପ୍ରତିଷ୍ଠା ପରେ ରାଜପ୍ରତିନିଧି ଙ୍କ ଛେରା ପହଁରା ବିଧି ପରେ ରଥ ଉପରେ ଚାରମାଳ ପକାଯିବ| ପରେ ପହଣ୍ଡି ସେବାୟତ ମାନେ ଶ୍ରୀ ଜୀଉ ମାନଙ୍କୁ ରଥାରୁଢ଼ କରିବା ପରେ ରଥକୁ ଶ୍ରୀଗୁଣ୍ଡିଚା ଘର ପର୍ଯ୍ୟନ୍ତ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଚଳିତ ବର୍ଷ ପଚାଶ ହଜାର ଲୋକ ରଥଯାତ୍ରା ଉପଭୋଗୀ ପାଇଁ ଭିଡ ଜମିବାର ସମ୍ଭାବନା ରହିଛି l ରଥଯାତ୍ରା ପାଇଁ ତିନି ରଥକୁ ସୁସଜ୍ଜିତ କରାଯାଇଛି l ତେବେ ସୁଭଦ୍ରା ରଥକୁ କେବଳ ମହିଳା ମାନେ ଟାଣି ନେବାର ପରମ୍ପରା ଥିବାରୁ ସୁଭଦ୍ରା ରଥ କୁ ଟାଣି ନେବା ପାଇଁ ମହିଳା ଭକ୍ତ ମାନଙ୍କ ସମାବେଶ ହେବ l ଦ୍ୱିତୀୟ ପୁରୀ ଓ ୩୦୦ ବର୍ଷ ର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର ରଥଯାତ୍ରା ପୁରୀ ଢାଞ୍ଚା ରେ ସମସ୍ତ ନୀତିକାନ୍ତି ଓ ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ତା ତଟଜଳିନ ରାଜମହ|ରାଜ ମାନେ ଆବଶ୍ୟକ ଭିତିଭୂମି କରିଥିବା ବେଳେ ମନ୍ଦିର ସମୂହ ସମ୍ପତି କୁ ମନ୍ଦିର ସମୂହ ସଭାପତି ମାନେ ଜାବୁଡି ଧରିବ| ଫଳରେ ଜଗନ୍ନାଥ ମନ୍ଦିର ର ସମେତ ଖଲ୍ଲିକୋଟ ଅଂଚଳର ବହୁ ପୁରାତନ ମଠ ମନ୍ଦିର ଧ୍ବଂସ ଆଡକୁ ଗତି କଲାଣି | ଯାହା ଫଳ ରେ ମନ୍ଦିର ଗୁଡିକ ରୂପାନ୍ତରୀକରଣ ପାଇଁ ଆଗେଇ ଆସୁନାହାନ୍ତି l ତେଣୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ଗତକାଲି ମନ୍ଦିର ପରିସର ରେ ସମସ୍ତ ସେବାୟତ ଓ ପୂଜକ ଓ ମନ୍ଦିର ସମୂହ ନିର୍ବାହୀ ଅଧିକାରୀ ଓ ତହସିଲ୍ଦାର ରାଜ କିଶୋର ପଟ୍ଟନାୟକ ରାଜସ୍ୱ ନିରୀକ୍ଷକ ମୀନକେତନ ଶବର ଓ ଶିବ ପ୍ରସାଦ ପଣ୍ଡାଙ୍କ ସମେତ ବୁଦ୍ଧିଜୀବୀ ମାନଙ୍କ ଉପସ୍ତିତି ଆଲୋଚନା କରାଯାଇ ଶୃଙ୍ଖଳାର ସହ ରଥଯାତ୍ରା କୁ ପରିଚାଳନା କରିବା ଓ ସନ୍ଧ୍ୟା ୬ ଘଣ୍ଟା ପୂର୍ବରୁ ତିନି ରଥ କୁ ଶ୍ରୀଗୁଣ୍ଡିଚା ଘରେ ପହଂଚାଇବା ପାଇଁ ନିଷ୍ପତି ହୋଇଥିଲା l

nis-ad
Leave A Reply

Your email address will not be published.