କନ୍ଧମାଳ ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଗାନ୍ଧୀଜି ଓ ଶାସ୍ତ୍ରୀଜି ଜୟନ୍ତୀ ପାଳିତ ହୋଇଯାଇଛି । ଆଜିର ଏହି ପବିତ୍ର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଓ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଆଦର୍ଶ ଓ ଗୁଣାବଳୀକୁ ମନ ପକାଇବା ପାଇଁ ଏହି ଦୁଇ ନେତାଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପ୍ରତିବର୍ଷ ଅକ୍ଟୋବର ୨ ରେ ପାଳନ କରାଯାଏ।
ଏହି ଅବସରରେ କନ୍ଧମାଳ ବିଜୁ ଜନତା ଦଳ ଏହି ପବିତ୍ର ଦିବସଟିକୁ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଧୁମ୍ ଧାମରେ ଜିଲ୍ଲାର ୧୨ ଗୋଟି ବ୍ଲକ ଓ ବିଭିନ୍ନ ପଞ୍ଚାୟତରୁ ବିଜୁ ପରିବାରର ପାଞ୍ଚ ସହରୁ ଅଧିକ କର୍ମୀ ଏହି କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ ।

ଜିଲ୍ଲା ସଭାପତି ଅଙ୍ଗଦ କହଁର,ରାଜ୍ୟ ସମ୍ପାଦକ ସରୋଜ କର୍ଣ୍ଣ ,ଫୁଲବାଣୀ ପୋୖର ପରିଷଦର ଅଧକ୍ଷ। ଶ୍ରୀମତୀ ପାୟେଲ ବେହେରା ଫୁଲବାଣୀ ବ୍ଲକ ଅଧକ୍ଷ ଶ୍ରୀମତୀ ସସ୍ମିତା କହଁର ମହିଳା ରାଜ୍ୟ ସମ୍ପାଦିକା ପୁନମ୍ କହଁର, ନଗର ସଭାପତି ବିମଳ ପାଢ଼ୀ,କନ୍ଧମାଳ ଯୁବ ଜନତା ଦଳର ଉପ ସଭାପତି ପାର୍ଥ ସାରଥୀ ବିଶ୍ଵାଳ ଜୟ ବେହେରା ବିଜେଡି ଯୁବ ନଗର ସଭାପତି ରାକେଶ ମିଶ୍ର ବିଜେଡି ଛ।ତ୍ର ସଭାପତି ସୁନିଲ ସେଠୀ,ବରିଷ୍ଠ ବିଜେଡି ନେତା ପ୍ରତାପ ପାତ୍ର, ସାମ୍ବାଦିକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ବିଜେଡି ନେତା ତଥା କେ ପିଏଫ ସଭାପତି ରାଧା ମୋହନ ମହାପାତ୍ର, ବିରୂପାକ୍ଷ ପଣ୍ଡା, ସୁଧୀର କହଁର, ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀନୀ ଶ୍ରୀମତୀ ଜୟ ଶ୍ରୀ କହଁର ଯୋଗ ଦେଇଥିଲେ।ଶ୍ରୀ କର୍ଣ୍ଣ ବିଯେଡି,ସରକାର ଙ୍କ ଶାସନ କାଳରେ ଗରିବଙ୍କ ପାଇଁ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିଲା , ସେ ସବୁ ବାର୍ତ୍ତା ବିଷୟରେ ଲୋକଙ୍କ ପାଖରେ ପହଞ୍ଚେଇବା ଏବଂ ପୁଣି ଥରେ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ଏହି ପଦଯାତ୍ରା ଲକ୍ଷ୍ୟ ବୋଲି ପରାମର୍ଶ ଦେଇଥିଲେ l ଏହି ପଦ ଯାତ୍ରା ଅକ୍ଟୋବର୍ ୨ତାରିଖରୁ ୬ ଯାଏ ପ୍ରଥମ ଚରଣ ଓ ଅକ୍ଟୋବର୍ ୨୧ ରୁ୨୮ ଯାଏ ଦ୍ବିତୀୟ ଚରଣ। ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ହେବା ନେଇ ସୂଚନା ଦେଇଥିଲେ । ଦୁଖର ବିଷୟ ଦୀର୍ଘ ୨୫ ବର୍ଷ ଶାସନରେ ଦଳର କେତକ ଆଗ ଧାଡିର କର୍ମୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଲା ନାହିଁ l ଶୁଣିବାକୁ ମିଳୁଛି ସେମାନେ ନିଜର ସ୍ୱାର୍ଥ ପାଇଁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅନ୍ୟ ଦଳରେ ସାମିଲ ହୋଇଛନ୍ତି l

nis-ad
Leave A Reply

Your email address will not be published.