ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ହେଲେ ଦୁତିପଡା ସମବାୟ ସମିତିର ସଭାପତି

ଫୁଲବାଣୀ/ଖଜୁରିପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୂମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ସମିତିର ଶାଖା ପରିଚାଳକ ଶ୍ରୀପ୍ରଦୀପ କୁମାର ସେଠୀ ଉପସ୍ଥିତ ଥିଲେ । ଏଥିରେ ସମିତିର ୧୫ ଜଣ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ଏବଂ ହେମନ୍ତ କହଁର ସଭାପତି ପାଇଁ ପ୍ରାର୍ଥୀ ହୋଇଥିଲେ। ସେଥିମଧ୍ୟରୁ ଏକାଧିକ ଭୋଟ ପାଇ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ବିଜୟ ହୋଇ ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଇନ୍ଦ୍ରଦ୍ଵିମ୍ନ ମଲିକ ନୂତନ ସଭାପତି ନିର୍ବାଚିତ ହେବାପରେ ଚାଷୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଭିନ୍ନ କୃଷି ଯନ୍ତ୍ରାଂଶ, ଉତ୍ତମ ବିହନ , ଋଣ ଯୋଗାଣ , ସାର ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । ନବନିର୍ବାଚିତ ସଭାପତିଙ୍କୁ ସମବାୟୁ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ଉତ୍ତରୀୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମବାୟୁ ସମିତିର ଶାଖା ପରିଚାଳକ ସମେତ ନିର୍ବାଚିତ ସଦସ୍ୟ, ସଦସ୍ୟା ଏବଂ ସମବାୟ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.