ସ୍ୱଚ୍ଛତା ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ :ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଛି ସ୍ୱଚ୍ଛତା ର ମାନ ପତ୍ର…!


ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳିତ ହେଉଛି।ସ୍ୱଚ୍ଛତା ପାଇଁ ଆଜି ଆମ ରାଜ୍ୟର କିଛି ଏ.ନ.ଏସି ଓ ମହାନଗର ଗୁଡ଼ିକୁ ଆଜି ଚିହ୍ନଟ କରି ପୁରସ୍କାର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଆସିକା ସୁନାମ୍ବ ସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପଡ଼ି ଥିବାର କିଛି ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ସ୍ୱଚ୍ଛତା ହିଁ ସେବା ସ୍ୱଚ୍ଛତା ହିଁ ଭାରତ ଏହାର ବ୍ୟତିକ୍ରମ ଆଜି ଆସିକା ରେ ଦେଖିବାକୁ ମିଳିଛି। ଆଜି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସ୍ୱଚ୍ଛତା ପାଇଁ ମାନ ପତ୍ର ମିଳିଛି। କେବଳ ଝାଡ଼ୁ ଖଣ୍ଡ ଧରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଆଣି ଫୋଟ ପୋଜ ଦେଇଦେଲେ ସ୍ୱଚ୍ଛତା ହେବକି ବୋଲି ସାଧାରଣ ରେ ପ୍ରଶ୍ନ ? ସ୍ୱଚ୍ଛତା ନାଁ ରେ ଯେଉଁ ଅର୍ଥ ପାଣି ଭଳି ଖର୍ଚ୍ଚ କରାଯାଉଛି।ତାହାର ଏକ ନଗ୍ନନମୁନା ଆଜି ସୁନାମ୍ବ ସାହି ରେ ଦେଖିବାକୁ ମିଳିଛି। କେବଳ ଆସିକା ନୁହେଁ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଏ.ନ.ଏସି, ପୌର ଓ ମହାନଗର ମାନଙ୍କ ରେ ସ୍ୱଚ୍ଛତା କେବଳ କାଗଜ କଲମ ରେ ହିଁ ଚାଲିଛି କହିଲେ କିଛିବି ଭୁଲ ହେବ ନାହିଁ l ସ୍ୱଚ୍ଛତା କୁ ନେଇ କୋଟି କୋଟି ଟଙ୍କା ବି ବାଟ ମାରଣା ହେଉଥିବା କୁ ନେଇ ଖବର ପ୍ରସାରିତ ହେଉଛି କିନ୍ତୁ ତଥାପି ସରକାର ଙ୍କ ନିଦ ଭାଙ୍ଗୁନି l ଗାଁ ଠାରୁ ବଳି ଗଲା ସହରର ଦୃଶ୍ୟ ଏହି ସ୍ୱଚ୍ଛତା କୁ ନେଇ ଶ୍ରେଷ୍ଠ ସ୍ୱଚ୍ଛତା ର ମାନ ପତ୍ର ଧର୍ମକୁ ଆଖିଠାର ପରି ମନେ ହୁଏ l

nis-ad
Leave A Reply

Your email address will not be published.