କନ୍ଧମାଳ ଜିଲ୍ଲାପାଳଙ୍କ ଅତର୍କିତ ଦାରିଙ୍ଗବାଡ଼ି ବ୍ଳକ ଗସ୍ତ

ଦାରିଙ୍ଗବାଡ଼ି (୩୦/୬) : କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଅତର୍କିତ ଭାବେ ଦାରିଙ୍ଗବାଡ଼ି ବ୍ଳକ ଗସ୍ତରେ ଆସି ବ୍ଲକର ବିଭିନ୍ନ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି । ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିଥିଲେ । ଏହାପରେ ବ୍ଳକରେ ପହଞ୍ଚି ବିଡିଓ ଗଦାଧର ପାତ୍ରଙ୍କ କାର୍ଯ୍ୟାଳୟରେ କିଛି ସମୟ ରହି ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପ୍ଲିହେରି ଗ୍ରାମ ପଞ୍ଚାୟତ ଗସ୍ତରେ ଯାଇଥିଲେ । ପ୍ଲିହେରି ପଞ୍ଚାୟତର ପାଙ୍ଗାଲୀ ଓ କାଜୁରପାଙ୍ଗା ଗ୍ରାମରେ ଚାଲିଥିବା ଜମିରେ ହୁଡ଼ା କରିବା ଓ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଦାରିଙ୍ଗବାଡ଼ି ଫେରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଚାର୍ଲସ ନାୟକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ପ୍ରସ୍ତାବିତ ଇକୋରିଟ୍ରିଟ ପାଇଁ ଚିହ୍ନଟ ଜାଗାକୁ ଗସ୍ତକରି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଡିଓ, ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନ ଓ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପରେ ଫୁଲବାଣୀ ଅଭିମୁଖେ ବାହାରିଥିଲେ ।

nis-ad
Leave A Reply

Your email address will not be published.