ଜିଲ୍ଲା ବିଜୁ ଜନତାଦଳର ଜୋନସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି(୨୬।୬) : ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଦଳୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଧକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ପର୍ଜ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା, ପ୍ରକାଶ କୁମାର ମହାନ୍ତି, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ବିହନ ନିଗମ ଅଧକ୍ଷ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ସ୍ୱଛ ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଦଳ ଆଜି ସାରା ଦେଶରେ ସବୁଠାରୁ ସଶକ୍ତ ଦଳ ରୂପେ ପରିଚୟ ପାଇଥିବା ବେଳେ ଦଳ ସଦା ସର୍ବଦା ଲୋକଙ୍କ ପାଇଁ କାର୍ଯ କରି ଆସୁଥିବା ସହ ଓଡ଼ିଶାର ସାଢେ ଚାରିକୋଟି ଜନତାଙ୍କ ସ୍ବାର୍ଥ ପାଇଁ ଦଳ ଲଢେଇ କରୁଛି । ତେଣୁ ରାଜ୍ୟର ବିକାଶ ସହ ଲୋକଙ୍କ ହିତ ପାଇଁ କାର୍ଯ କରିବାକୁ ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାଶ କର୍ମୀ ଓ ନେତା ମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ଦଳୀୟ କର୍ମୀ ମାନେ କେବଳ ଏବଂ କେବଳ ଲୋକଙ୍କ ପାଇଁ କାର୍ଯ କରିବା ସହ ଦଳର ହାତ ମୁଠାକୁ ଟାଣ କରିବା ଦିଗରେ ଗୁରୁତ୍ବ ଦେବାକୁ ଶ୍ରୀ ଦାଶ ଉପଦେଶ ଦେଇଥିଲେ । ବିଗତ ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳକୁ ନେଇ ମଧ୍ୟ ଶ୍ରୀ ଦାସ ସମୀକ୍ଷା କରିବା ସହ ପ୍ରତି ଜୋନର କର୍ମକର୍ତ୍ତାଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ତେବେ ଆଜିର ଏହି କାର୍ଯକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ପ୍ରଭାକର ପ୍ରଧାନ, ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡମା ରାବା, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାଏକଙ୍କ ସମେତ ଅନେକ ଦଳୀୟ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.