ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ସଚେତନତା ଶୋଭାଯାତ୍ର ଅନୁଷ୍ଠିତ

ମାଲକାନଗିରି(୨୬/୦୬) : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି।ସକାଳ ୭.୩୦ ମିନିଟ ସମୟରେ ଏକ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ନଗରଭବନରେ ପହଞ୍ଚି ଥିଲା । ଏହି ଶୋଭାଯାତ୍ର କୁ ପି.ଡି ,ଡି.ଆର.ଡି.ଏ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶୋଭାଯାତ୍ର ରେ ସ୍ଥାନୀୟ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ମା ଘର ଅନୁଷ୍ଠାନର କର୍ମକର୍ତ୍ତା,ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ସଦସ୍ୟ,ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।ଦିବା ୯.୩୦ ମିନିଟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପି.ଡି.,ଡି.ଆର.ଡ଼ି. ଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ ପାଢ଼ୀ, ମୁଖ୍ୟ ବକ୍ତା,ମାଲକାନଗିରି ମହାବିଦ୍ୟାଳୟର ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ,ମାଆ ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଡେର୍ମ ଲୋଜିଷ୍ଟ ଡାଃ ଡି.ପି. ରାଜ ପ୍ରମୁଖ ସମ୍ମାନୀତି ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସାତ ଜଣ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରlଯାଇଥିଲା।ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.