ମୃତ ସ୍ୱାମୀଙ୍କୁ ଜୀବିତ ଦର୍ଶାଇଥିବା ମହିଳା ଓ ବୀମାକମ୍ପାନୀଏଜେଣ୍ଟ ଗିରଫ

ଭଞ୍ଜନଗର : ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବୀମା କମ୍ପାନୀ ଏଜେଣ୍ଟ ଙ୍କ ସହଯୋଗରେ ସ୍ୱାମୀ ଙ୍କୁ ଜୀବିତ ଦର୍ଶାଇ ବୀମା ବାବଦ ରେ ଲକ୍ଷାଧିକ ଟଙ୍କା ଠକି ନେବାର ଉଦ୍ୟମ ବିଫଳ ହୋଇଛି l ଆଇସିଆଇସିଆଇ ପ୍ରାଇଭେଟ ଲିମିଟେଡ଼ ଇନ୍ସୁରାନ୍ସ କମ୍ପାନୀ ତଦନ୍ତ ପରେ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ଏବଂ ପୋଲିସ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି l
ସୂଚନା ଅନୁଯାୟୀ ଭଞ୍ଜନଗର ଅଞ୍ଚଳର ଜଣେ ମହିଳା ବୀମାକମ୍ପାନୀର ଏଜେଣ୍ଟ ଙ୍କ ସହଯୋଗରେ ନିଜର ମୃତ ସ୍ୱାମୀଙ୍କୁ ଜୀବିତ ଦର୍ଶାଇ ୨ଲକ୍ଷ ୪୦ ହଜାର ଶହେ ଟଙ୍କାର ଏକ ବୀମା କରିଥିଲେ | ଏପରି କି ୧୪ହଜାର ୫୦୦ଟଙ୍କା ମଧ୍ୟ କମ୍ପାନୀରେ ପୈଠ କରିଥିଲେ l ପ୍ରଥମ ବର୍ଷ ଟଙ୍କା ପୈଠ କରିସାରିବା ପରେ ହଠାତ ମହିଳା ଜଣକ ୨୦୧୭ ମସିହା ଏପ୍ରିଲ ୨୦ ତାରିଖରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ସମସ୍ତ କାଗଜପତ୍ର ଉକ୍ତ ଏଜେଣ୍ଟଙ୍କ ଦ୍ଵାରା ବୀମା କମ୍ପାନୀରେ ଜମା କରିଥିଲେ l ଏ ନେଇ କମ୍ପାନୀ ଏକ ଟିମ ଗଠନ କରି ଅନୁସନ୍ଧାନ କରିବା ବେଳେ ଜଣା ପଡିଛି ଯେ ଉକ୍ତ ମହିଳା ସ୍ୱାମୀଙ୍କ ବୀମା କରିବାର ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୨ ମସିହା ସେପ୍ଟେମ୍ବର ୫ ତାରିଖ ରେ ମୃତ୍ୟୁ ବରଣ କରିଥିଲେ | କମ୍ପାନୀର ଟିମ ଘଟଣାର ସମସ୍ତ ତଥ୍ୟ କମ୍ପାନୀ ନିକଟରେ ଦାଖଲ କରିଥିବା ବେଳେ ଆଜି କମ୍ପାନୀର ମ୍ୟାନେଜର ରଞ୍ଜନ ତ୍ରିପାଠୀ ସ୍ଥାନୀୟ ବୈଦ୍ୟନାଥପୁର ଥାନା ରେ ଅଭିଯୋଗ କରିଛନ୍ତି l ଏ ନେଇ ମହିଳାଙ୍କ ସମେତ ଉକ୍ତ ବୀମା କରାଇଥିବା ଏଜେଣ୍ଟକୁ ବୈଦ୍ୟନାଥପୁର ଥାନା ଗିରଫ କରିଛନ୍ତି l

nis-ad
Leave A Reply

Your email address will not be published.