ସୁନ୍ଦରଗଡ଼ ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ…


ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଗ୍ରାମ ଠାରେ ବାଲିଶଙ୍କରା ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନ ପୁର୍ତ୍ତି ଉପଲକ୍ଷେ ଗରିବ କଲ୍ୟାଣ ସମ୍ମିଳନୀ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ଏକ କାର୍ଯ୍ୟକ୍ରମରେ ଲେଫ୍ରିପଡ଼ା ବ୍ଲକ ସରଫଗଡ଼ ମଣ୍ଡଳ ପକ୍ଷରୁ ଗୁଣ୍ଡିଆଡ଼ିହି ଗ୍ରାମ ଠାରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ର ଲାଭାର୍ଥୀ ମାନଙ୍କୁ ନେଇ ଗରିବ କଲ୍ୟାଣକାରୀ ସମ୍ମେଳନ ଅନୁଷ୍ଠିତ ହୋଇଥିଲା । ଏହି ଉଭୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଦୀର୍ଘ ୮ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନା ଉପରେ ବିସ୍ତ୍ରୁତ ଭାବେ ଉପସ୍ଥିତ ହିତାଧିକାରୀଙ୍କୁ ଅବଗତ କରାଇଥିଲେ । ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମରେ ହେମଗିର ବ୍ଲକ ଡୁଡୁକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପାଲି ଗ୍ରାମ ଠାରେ ବିଜେପି ଅନୁସୂଚି ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ,ଜାତୀୟ ପରିଷଦ ସଭ୍ୟ ପ୍ରେମସାଗର ଓରାମ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ,ଅଜୟ ପଟେଲ ସଭାରେ ଉପସ୍ଥିତ ଗ୍ରାମବାସୀ ଙ୍କୁ କେନ୍ଦ୍ର ସରକାରଙ୍କ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ,ସ୍ୱଚ୍ଛ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୋଭାଗ୍ୟ ଯୋଜନା, ଉଜ୍ଜଲା ଯୋଜନା, ଆୟୁଷ୍ମାନ ଯୋଜନା, ହରଘର ଜଳ ଯୋଜନା, ଜନଧନ ଯୋଜନା,

ଜୀବନ ସୁରକ୍ଷା ଯୋଜନା, ଅନ୍ନପୂର୍ଣ୍ଣା ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ସଫଳତା ବିଷୟରେ ନିଜର ମତପ୍ରକାଶ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅମୀର ନାଏକ, ସୁଖଲାଲ ମୁଣ୍ଡା ,ଯଶୋବନ୍ତ ନାୟକ, ବିଜେପି ର ବରିଷ୍ଠ ନେତା ଦୁର୍ଗା ଚରଣ ପଟେଲ, ପର୍ଶୁରାମ ପଟେଲ ,ସବ୍ୟସାଚୀ ସା ,ବୁଧୁରାମ ଓରାମ, ବନମାଲି ବରସତିଆ , ପୁର୍ଣଚନ୍ଦ୍ର ବାରିକ, ସୁରେଶ ପଟେଲ, ବିଶ୍ୱଜିତ ତନ୍ତି ,ଉମାଶାଙ୍କର ପଟେଲ, ଯଦୁମଣି ପଟେଲ ,ହୀରାଧର ମାଝୀ , ଭବାନୀ ପଟେଲ, ବୁଲୁ ପଣ୍ଡା ନସିମ ଖାନ ,ତାପସିଲ ପ୍ରଧାନ,ସୁଜିତ ପଟେଲ ,ଯଶନ୍ତି ଏକ୍କା, ସିବୁନ ନାଏକ ,ଅରୁଣ ପ୍ରଧାନ ,କଳାକୃଷ୍ଣ ଓରାମ, ସିମେଶ୍ୱର ଲରିଆ, ରାଜା କାକ ,କୃଷ୍ଣଚନ୍ଦ୍ର ଡିଲା ,ରୂପଧର ଓରାମ, ବିମଲ ପଟେଲ ,ସୁଶୀଲ ବାଘ ,ରାଜକୁମାର ନାଏକ, ସୁଜିତ ନାଏକ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା, ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସବ୍ୟା ଏବଂ ଶତାଧିକ ଗରିବ କଲ୍ୟାଣକାରୀ ଲାଭାର୍ଥୀ ପ୍ରମୁଖ ସାମିଲ ହୋଇଥିଲେ ।


nis-ad
Leave A Reply

Your email address will not be published.