ବେଲପଦର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ମାନସିକ ଚାପ : ସାଧାରଣ ଘଟଣାରୁ ଛାତ୍ରକୁ ରଷ୍ଟିକେଟ ଧମକ

ଫୁଲବାଣୀ : ସରକାର ବିଶେଷ କରି ଉତ୍ତମ ଇଂରାଜୀ ଶିକ୍ଷା ପାଇବା ପାଇଁ ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥା କରିଛନ୍ତି l ହେଲେ ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ମନମୁଖୀ କାରବାର, ଦୁର୍ନୀତିପୂର୍ଣ୍ଣ ମନୋଭାବ ଯୋଗୁଁ ଛାତ୍ର ମାନଙ୍କ ଉପରେ ମାନସିକ ଚାପ ପକାଉଥିବା ଅଭିଯୋଗ ହୋଇଛି ଚାଇଲ୍ଡ ଲାଇନରେ l ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି ଧୋବାତୋଟା ବେଲପଦର ଆଦର୍ଶ ବିଦ୍ୟାଳୟରେ I ଯାହା ସୂଚନା ରହିଚି ଧୋବା ତୋଟା ବେଲପଦର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳକ ଛାତ୍ର ଗତ ୨୮/୯/୨୦୨୪ ରେ ବିଦ୍ୟାଳୟ ରେ ଏକ ବଡ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଦିନ ଏକ ସାଧାରଣ ବିଶୃଙ୍ଖଳା ଛାତ୍ର ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା l ସେହି ନାବାଳକ ଛାତ୍ରଙ୍କ ବାପା ମାଙ୍କୁ ୩୦ ତାରିଖ ଦିନ ଆସିବା ପାଇଁ କୁହାଯାଇଥିଲା l ଯେହେତୁ ଛାତ୍ରଙ୍କ ବାପା ମା ଉଭୟ ଶିକ୍ଷକ ଓ ଅଧ୍ୟାପିକା ଥିବା ହେତୁ କୌଣସି କାରଣ ବଶତଃ ଉପସ୍ଥିତ ହୋଇ ପାରି ନଥିଲେ l ଗତ ୨/୧୦ /୨୦୨୪ ସବୁଦିନ ପରି ନବମ ଶ୍ରେଣୀର ଛାତ୍ର ସ୍କୁଲକୁ ଯାଇଥିଲେ l ସେହି ରାଗ ରଖି ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଏବଂ ଶ୍ରେଣୀ ଶିକ୍ଷକ କ୍ଲାସରେ ନ ବସାଇ ଅଲଗା ଗୋଟିଏ ରୁମରେ ରଖିଥିଲେ ଏବଂ ତାକୁ କହିଥିଲେ ତତେ ରଷ୍ଟିକେଟ କରାଯାଇଛି l ତୁ ଆଉ କ୍ଲାସରେ ବସି ପାରିବୁ ନାହିଁ l ସେହି ସମୟରେ ତାର ଅନ୍ୟ ସହପାଠୀ ମାନେ ତୁ ରଷ୍ଟିକେଟ ପିଲା ତୁ କୁଆଡେ ଆସିଚୁ କହିବା ସହ
ବିଭିନ୍ନ ଥଟ୍ଟା ପରିହାସ କରି କରି ଚିଡାଉ ଥିଲେ l ଫଳରେ ଛାତ୍ର ଜଣକ ବିରକ୍ତ ହୋଇ ବାପା ମାଆଙ୍କୁ ଡାକିବା ପାଇଁ ପ୍ରିନ୍ସିପାଲ ଏବଂ କିଛି ଶିକ୍ଷକଙ୍କୁ ଫୋନ ମାଗିଥିଲେ l କେହି ହେଲେ ନଦେବାରୁ ସେ ନିରାଶ ହୋଇ ଥିଲେ l ପରିଶେଷରେ ସେ ଘରକୁ ପଳାଇ ଆସିଥିଲେ l ୩/୧୦ /୨୦୨୪ ରେ ଯେତେବେଳ ବାପା ମା ସ୍କୁଲକୁ ଛାଡିବାକୁ ଗଲେ ପ୍ରିନ୍ସିପାଲ ସଙ୍କୀର୍ତ୍ତନ ବେହେରା ପୁଅକୁ ଶ୍ରେଣୀ ରେ ପ୍ରବେଶ ପାଇଁ ମନା କଲେ l ତାକୁ ଟିସି ଅଲରେଡି ଦିଆହୋଇ ସାରିଛି l ପରେ ବାପା ମା ନିରାଶ ହୋଇ ଘରକୁ ଫେରି ଆସି ଚାଇଲ୍ଡ ଲାଇନ ର ଆଶ୍ରୟ ନେଲେ l ହେଲେ ବାପା ମାଆଙ୍କୁ ଅଭିଯୋଗ ଯେ ବାପାମାଆଙ୍କୁ ନୋଟିସ ନକରି କିପରି ସେ ଟି ସି ଦେଇପାରିବେ l ସାଧାରଣ ଘଟଣା କୁ କେନ୍ଦ୍ର କରି ପ୍ରିନ୍ସିପାଲ କିପରି ଟିସି ଦେଇପାରିବେ ବୋଲି ଅଭିଯୋଗ ଆଣିଛନ୍ତି ବାପା ମା l ସରକାର ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ କିପରି ପାଠ ପଡିବେ ସେ ନେଇ ବିଭିନ୍ନ ଯୋଜନା ଲାଗୁ କରିଥିବା ବେଳେ ଏହି ଆଦର୍ଶ ବିଦ୍ୟାଳୟ ରେ କିପରି ପିଲା ମାନଙ୍କୁ ଟିସି ଦିଆ ଯାଉଛି ତାହା ବୁଦ୍ଧିଜିବୀ ମହଲରେ ନୀନ୍ଦନୀୟ ହୋଇଛି lଏଥିପ୍ରତି ଜିଲ୍ଲାପାଳ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ, ଚାଇଲ୍ଡ ଲାଇନ ଅଧିକାରୀ ଦୃଷ୍ଟି ଦେବା ପାଇଁ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି।ନହେଲେ ଆଗାମୀ ଦିନରେ ଏପରି କେତେ ଛାତ୍ର ଛାତ୍ରୀ ଯେ ପାଠ ପଢିବା ରୁ ବଞ୍ଚିତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ l

nis-ad
Leave A Reply

Your email address will not be published.