ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ବର: ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ।

ପୁଣି ଥରେ ଲକ୍ଷ୍ମୀ ବସକୁ ରାଜ୍ୟ ସରକାର ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏହାକୁ ବିରୋଧ କରିଛି ଘରୋଇ ବସ୍ ମାଲିକ ସଂଘ। ଏହା ଦ୍ୱାରା ସରକାର କ୍ଷତି ସହିବେ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି । ଏଥିଲାଗି ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.