ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ

ଚିତ୍ରକୋଣ୍ଡା : ମାଛ ଧରିବାକୁ ଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଣେ ମୃତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ଖଜୁରୀଗୁମା ଗ୍ରାମର ଭିମା ସୁଶୀଲ ହନ୍ତାଳ ଙ୍କ ପୁଅ ବଳରାମ ହନ୍ତାଳ(୩୦) ନାମକ ବ୍ୟକ୍ତି ମାଛ ଧରିବାକୁ କାଲି ସନ୍ଧ୍ୟା ୪ଟା ବେଳେ ଗୁରୁପ୍ରିୟା ସେତୁ ନିକଟରେ ଯାଇଥିଲେ । କୌଣସି କାରଣବଶତଃ ସେ ନିଜେ ଭାରସାମ୍ୟ ହରାଇ ପାଣି ଭିତରକୁ ଚାଲି ଯାଇଥିଲେ । କିଛି ସମୟ ପରେ ମାଛ ଧରୁଥିବା ଗ୍ରାମର ଅନ୍ୟ ଲୋକମାନେ ଖୋଜାଖୋଜି କଲାପରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲ କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପାପରମେଟଲା ଥାନାରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା କେସ ନମ୍ବର ୟୁଡି-୧୦/୨୪ ରୁଜୁ କରାଯାଇଛି । ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର କୁ ହସ୍ତାନ୍ତର କରାଯାଇଛି । ମୃତ ବଳରାମ ହନ୍ତାଳଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.