ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରିରେ ଚାରି ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ଶପଥ ପାଠ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ 50 ଦିନିଆ କାର୍ଯ୍ୟକ୍ରମ ତା 29.03.2022 ରିଖ ଠାରୁ ଆରମ୍ଭ ହୋଇଯାଇଅଛି । ଏହି 50 ଦିନିଆ କାର୍ଯ୍ୟକ୍ରମର ଆଜି 46ତମ ଦିବସ ଅବସରରେ , ସଂମାନୀୟ ଜିଲ୍ଲାପାଳ ମାଲକାନଗିରିଙ୍କ ଆଦେଶ କ୍ରମେ ଏକ ସାମୁହିକ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟସ୍ତରଠାରୁ ଆରମ୍ଭକରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ, ବିଦ୍ୟାଳୟ , ମହାବିଦ୍ୟାଳୟ ଏବଂ ସମସ୍ତ ଗ୍ରାମମାନଙ୍କରେ ଏହି ଶପଥପାଠ କରାଯାଇଥିଲା । ଜିଲ୍ଲାର ସମସ୍ତ 1320 ଅଙ୍ଗନବାଡି କେନ୍ଦ୍ର ସମସ୍ତ 111 ଗ୍ରାମ ପଂଚାୟତ , ସମସ୍ତ ପଂଚାୟତ ସମିତି ସମସ୍ତ 7 ତହସିଲ , ସମସ୍ତ 11 ପୋଲିସ କାର୍ଯ୍ୟଳୟ , ଏବଂ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଠାରେ ଏହି ଶପଥପାଠ କରାଯାଇଥିଲା । ସଂମାନୀୟ

ଜିଲ୍ଲାପାଳ ମାଲକାନଗିରି ଶ୍ରୀଯୁକ୍ତ ବିଶାଳ ସିଂ , ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ ଜନସାଧାରଣ ମାନଙ୍କୁ ଶପଥପାଠ କରାଇଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ ବିଲୋପ କରିବାପାଇଁ ଏବଂ ଜିଲ୍ଲାର ସମସ୍ତ କିଶୋର ଓ କିଶୋରୀ ମାନଙ୍କୁ ଉଚ୍ଚଶିକ୍ଷା ଲାଭକରିବାର ସୁଯୋଗ ଦେବା ପାଇଁ ଏକ ସଚେତନତା ସୃଷ୍ଟି କରିବାର ଆହ୍ବାନ ଆଜିର ଏହି ଶପଥପାଠ ମାଧ୍ୟମର କରା ଯାଇ ଥିଲା । ମୋଟ ଜିଲ୍ଲାର ଚାରି ଲକ୍ଷ ଲୋକ ଏହି ବିଶାଳ ଶପଥପାଠ ଉତ୍ସବରେ ଅଂଶଗ୍ରହଣ କରି ଜିଲ୍ଲାର ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ ।

nis-ad
Leave A Reply

Your email address will not be published.