ବିଜେପିର ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ଅଣ ବିଜେପି ବ୍ୟକ୍ତିଙ୍କ ଦୁର୍ବ୍ୟବହାର…

ଘଟଣାକୁ ସାମ୍ବାଦିକ ସଙ୍ଘର ବିରୋଧ…


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିନସ୍ଥ ବାରଖମା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମର ଶରୀର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସହଯୋଗରେ କେରଳରୁ ବାରଖମା ପହଁଚି ଘଟଣାକୁ ମିଛ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ମୃତକଙ୍କ ପରିବାରଙ୍କ ଅଭିଯୋଗ ପ୍ରକାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବାଲିଗୁଡ଼ା ବିଜେପି ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବାଲିଗୁଡ଼ାର ରବିଚନ୍ଦ୍ର ପାଳ ନାମକ ଜଣେ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଦାଦନ ଶ୍ରମିକଙ୍କ ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ପ୍ରକାଶିତ ଖବରକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହେଉଥିବା ବେଳେ ଜଣେ ଅଣ ବିଜେପି ବ୍ୟକ୍ତିଙ୍କ ମନ୍ତବ୍ୟକୁ ନେଇ ନେଇ ବାଲିଗୁଡ଼ା ସମେତ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପଟେ ରବିଚନ୍ଦ୍ର ପାଳ ଆମ ଦଳର ପ୍ରାଥମିକ ସଦସ୍ୟ ମଧ୍ୟ ନୁହନ୍ତି ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ । ତେବେ ଏଠି ପ୍ରଶ୍ନ ଉଠୁଛି ରବିଚନ୍ଦ୍ର ପାଳ ଜଣେ ଅଣ ବିଜେପି ବ୍ୟକ୍ତି ହୋଇ କିଭଳି ବିଜେପିର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଲେ ।

nis-ad
Leave A Reply

Your email address will not be published.