ଚିତ୍ରକୋଣ୍ଡା ଏସ. ଡ଼ି .ପି.ଓ ଙ୍କ ଦ୍ଵାରା ଅଭିନଵ ପ୍ରୟାସ…

ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ କାଲିମେଳା ଗମ୍ପାକୋଣ୍ଡା ଅଂଚଳରୁ ସିଲେରୁ ଦେଇ ଆସୁଥିଲେ ୧୫୦ ରୁ ଉର୍ଦ୍ଧ୍ବ ଆଦିବାସୀ l ସେମାନଙ୍କ ହାତରେ ଥିଲା ବିଭିନ୍ନ ଅସ୍ତ୍ର ଶସ୍ତ୍ର l ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ଵିବେଦୀ ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନଜର ହଠାତ ସେମାନଙ୍କ ଉପରେ ପଡିଥିଲା l ସେମାନଙ୍କୁ ଅଟକାଇ ପଚରା ଉଚରା କରି ଆଦିବାସୀ ଶିକାରୀଙ୍କୁ ଜଙ୍ଗଲରେ ନିରୀହ ଜନ୍ତୁ ମାନଙ୍କୁ ଶିକାର ନକରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ଵିବେଦୀ । ଚିତ୍ରକୋଣ୍ଡା ଅଞ୍ଚଳରେ ଗୋଟିଏ ଟ୍ରକ ଏବଂ ଦୁଇଟି ବୋଲର ରେ ୧୫୦ରୁ ଉର୍ଦ୍ଧ୍ବ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଶିକାର କରିବା କାମ ଛାଡିବା ପାଇଁ କହି ବିଭିନ୍ନ ପାରମ୍ପରିକ ଅସ୍ତ୍ର ଶସ୍ତ୍ରକୁ ଜବତ କରିଥିଲା ଚିତ୍ରକୋଣ୍ଡା ପୋଲିସ । ଚିତ୍ରକୋଣ୍ଡା SDPOଙ୍କ ଆଗରେ ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି ଏବଂ ଅନ୍ୟ ଅଂଚଳର ବନପାଳ ଓ ଗାର୍ଡ ଙ୍କ ସହଯୋଗରେ ସମସ୍ତ ଶିକାରୀ ଆଉ ଜଙ୍ଗଲରେ ବେଆଇନ ଭାବରେ ନିରୀହ ପଶୁ ମାନଙ୍କର ଶିକାର କରିବେ ନାହିଁ ବୋଲି ଶପଥ କରିଥିଲେ । ଅଳ୍ପ କିଛି ଦିନ ତଳେ ମଧ୍ୟ ଚିତ୍ରକୋଣ୍ଡା ଏସଡିପିଓ କିଛି ଆଦିବାସୀ ଜଙ୍ଗଲରେ ଅସ୍ତ୍ର ଶସ୍ତ୍ର ଧରି ବୁଲୁଥିବା ଦେଖି ତାଙ୍କୁ ଜଙ୍ଗଲ ଜନ୍ତୁ ମାନଙ୍କୁ ଶିକାର ନକରିବା ଏବଂ ଜଙ୍ଗଲରେ ନିଆଁ ନଲଗାଇବାକୁ ପରାମର୍ଶ ଦେଇଥିଲେ ଆଜି ମଧ୍ୟ ବହୁ ଶିକାରୀଙ୍କୁ ଚିତ୍ରକୋଣ୍ଡା ଏସଡିପିଓ ବିଭିନ୍ନ ପରାମର୍ଶ ସହ ଶପଥ ପାଠ କରାଇ ଥିବା ଅଭିନଵ ପ୍ରୟାସକୁ ସାଧାରଣରେ ପ୍ରଂଶସl କରାଯାଇଛି l

nis-ad
Leave A Reply

Your email address will not be published.