ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଗ୍ରୀଷ୍ମକାଳୀନ ସହାୟତା । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସାମିଲ ଥିବା ହିତାଧିକାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ |ବାର୍ଦ୍ଧକ୍ୟ ଭତ୍ତା, ବିଧବା, ଭିନ୍ନକ୍ଷମ ତଥା ଅନ୍ୟାନ୍ୟ ବର୍ଗର ଭତ୍ତା ପାଉଥିବା ଲୋକଙ୍କୁ ରାଜ୍ୟ ସରକାର ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରିବେ ।

ସେଥିପାଇଁ ସମସ୍ତ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଗ୍ରୀଷ୍ମ କାଳୀନ ସହାୟତା ବାବଦରେ ଅତିରିକ୍ତ ୧୦୦ ଟଙ୍କା ପଠାଯିବ । ଚଳିତ ମାସ ୧୫ ତାରିଖ ଦିନ ଭତ୍ତାଧାରୀଙ୍କୁ ସେମାନଙ୍କର ଭତ୍ତା ସହିତ ଏହି ଅର୍ଥରାଶି ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ।

nis-ad
Leave A Reply

Your email address will not be published.