ଜୁନ୍ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ : ସମୀର ଦାଶ

ଭୁବନେଶ୍ୱର : ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ଅନୁଯାୟୀ ରାଜ୍ୟରେ ଅଦ୍ୟାବଧି ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକୁ ଆସନ୍ତା ଜୁନ ୧୭ରୁ କାର୍ଯ୍ୟକ୍ଷମ କରାଯିବ ।

ଏହି ୬୪ ଗୋଟି ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଜୁନ୍ ମାସ ୧୭ ତାରିଖଠାରୁ ୬ଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବା ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି । ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ ନର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି । ଏହି ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ନିମନ୍ତେ ଆବଶ୍ୟକ ଥିବା ୧୭୪୯ ଗୋଟି ପଦବି ପୂରଣ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ମଧ୍ୟରେ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

nis-ad
Leave A Reply

Your email address will not be published.