ଡିସଚାର୍ଜ ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ: ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ପରେ ସେ ଦେବଗଡ ଅଭିମୁଖେ ଆସିଥିଲେ । ପରେ ବିଜେପି ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସହର ପରିକ୍ରମା କରିଥିଲେ ।

ସୂଚନା ଅନୁସାରେ, ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କ ସହ ବିବାଦ ହେବା ପରେ ଗତ ୧ ତାରିଖରେ ଦେବଗଡ ଆଦର୍ଶ ଥାନା ପୋଲିସ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ବାସଭବନରୁ ଗିରଫ କରିଥିଲା । ଗିରଫ ହେବା ପରେ ଗତ ଦୁଇ ତାରିଖ ଠାରୁ ସେ ଅସୁସ୍ଥତା କାରଣରୁ ଦେବଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ । ସେହିପରି ୭ ତାରିଖରେ ଦେବଗଡ ଜିଲ୍ଲା ଦୌରା ଜଜ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ବେଳେ ଦେହ ସୁସ୍ଥ ହୋଇନଥିବାରୁ ସେ ଡାକ୍ତରଖାନାରେ ରହିଥିଲେ ।

nis-ad
Leave A Reply

Your email address will not be published.