ଗଦବାଗୁଡ଼ା ବସ୍ତିରେ ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ଭଙ୍ଗାରୁଜା


ବାଲିମେଳା ( ୨୫/୦୪) : ଆଜି ଦିନ ୧୦.୦୦ ସମୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡ଼ ଅନ୍ତର୍ଗତ ଗଦବାଗୁଡ଼ା ବସ୍ତି ର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଲାଗି ରହିଥିବା ବାଦ ବିବାଦରେ ଆଜି ପଡ଼ିଛି ପୂର୍ଣ୍ଣଛେଦ। ପ୍ରବୀର ଦାସ୍ ଓ ଲିଟନ୍ ନନ୍ଦ ଦୁହିଁଙ୍କ ଘର ଭାଙ୍ଗିବା ନିମନ୍ତେ ପ୍ରଶାସନ ଦୃଢ଼ ଭାବେ ପଦକ୍ଷେପ ଗ୍ରହଣ କରିଛି । ସକାଳ ପ୍ରାୟ ୯.୦୦ ରୁ ଆରମ୍ଭ ହୋଇଥିବା ଏହି ଭଙ୍ଗା ରୁଜା ପ୍ରକ୍ରିୟା ୨ଟି JCB ଜରିଆରେ ସ୍ଥାନୀୟ ତହସିଲଦାର ଟି.ପଦ୍ମନାଭ ଦୋରା ଙ୍କ ସମେତ ଖଇରପୁଟ ତହସିଲଦାର,ବାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍ କୁଜୁର୍, ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଂଶୁମାନ ଦ୍ୱିବେଦୀ ଉପସ୍ଥିତିରେ ପ୍ରଶାସନର ସ୍ଥାନ ଜବରଦଖଲ ସଂଘଟିତ ହୋଇଥିଲା। ତେବେ ସ୍ଥାନୀୟ ଅଞ୍ଚଳର ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ବାହିନୀ ମୃତୟନ ଥିଲେ । ଏହା ସତ୍ତ୍ଵେ ମଧ୍ୟ କିଛି ରାଜନୈତିକ ଦଳର ଆଗ ଧାଡ଼ିର ନେତା ତଥା ସ୍ଥାନୀୟ ଲୋକଙ୍କୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା ଯଦିଓ ପୋଲିସ ପ୍ରଶାସନ ତାକୁ ନିୟନ୍ତ୍ରଣାଧିନ କରିବାରେ ସଫଳ ହୋଇଥିଲା। ସମ୍ପୂର୍ଣ୍ଣ ଜବରଦଖଲ ପଛରେ ଇଣ୍ଡୋର୍ ଷ୍ଟାଡିୟମ୍ ପ୍ରକଳ୍ପର ନୀଳ ନକ୍ସା ରହିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶାସନର ଏଭଳି ପଦକ୍ଷେପକୁ ଅମାନୁଷିକ ବୋଲି କହି ଏହାର ତୀବ୍ର ସମଲୋଚନା ଦେଖିବାକୁ ମିଳିଛି । କୁହାଯାଉଛି ଯେ ବିକାଶର ଦୁର୍ଗ କଦାପି ମାନବାଧିକାର ଉଲ୍ଲଂଘନ କରି ଜନସାଧାରଣଙ୍କୁ ବାସଚ୍ୟୁତ କରି ସଫଳ ରୂପାୟନ ହୋଇପାରେନା।

nis-ad
Leave A Reply

Your email address will not be published.