ଆମକୋ-ସିମକୋ ସହିଦଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେବାକୁ ଦାବି

ସୁନ୍ଦରଗଡ଼ ଜିଲ୍ଲାରେ ଆମକୋ-ସିମକୋ ସହିଦ ଦିବସ ପାଳିତ

ରାଉରକେଲା(୨୫/୦୪) : ସୁନ୍ଦରଗଡ ଜିଲ୍ଲାର ଆମକୋ-ସୀମକୋ ଶହୀଦ ପୀଠସ୍ଥଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ମାନଚିତ୍ରରେ ମର୍ଯ୍ୟାଦା ଦେଇଥିଲେ ମଧ୍ୟ ଆମକୋ-ସୀମକୋ ଶହୀଦଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିପାରିନାହିଁ। ବ୍ରିଟିଶ ସରକାରଙ୍କ ଏହା ଏକ ବଡ଼ ଧରଣର ଗଣହତ୍ୟା ଥିଲା। କେହିକେହି ଏହି ଗଣହତ୍ୟା କୁ ଦ୍ବିତୀୟ ଜାଲିଆନାୱାଲାବାଗ ନାଁ ମଧ୍ୟ ଦେଇଛନ୍ତି। ୧୯୩୯ ମସିହା ଏପ୍ରିଲ ୨୫ ତାରିଖରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଏହି ଗଣ ହତ୍ୟା ହୋଇଥିଲା। ବ୍ରିଟିଶ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବେଆଇନ କର କୁ ବିରୋଧ କରୁଥିବା ବେଳେ ଅଚାନକ ବ୍ରିଟିଶ ସିପାହୀ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ରେ ୪୨ ଜଣ ନିରୀହ ଆଦିବାସୀ ମୃତ୍ୟୁ ବରଣ କରିଥିଲେ। ୮୦ ବର୍ଷ ପରେ ମଧ୍ୟ ବ୍ରିଟିଶରାଜ୍ ବିରୁଦ୍ଧରେ ହୋଇଥିବା ଏହି ବଡ଼ ସଂଗ୍ରାମର ସହିଦଙ୍କୁ ଏପର୍ଯ୍ୟନ୍ତ ସରକାରୀ ଭାବେ ସଠିକ ମାନ୍ୟତା ମିଳିନାହିଁ। କେବଳ ସ୍ଥାନୀୟ ପ୍ରଶାସନ , ସ୍ଥାନୀୟ ଲୋକ ଏବଂ ଆମକୋ-ସୀମାକୋ ଶହୀଦ ସ୍ମାରକ କମିଟି ତରଫରୁ ଆଜି ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି। ଆଜି ବିରମିତ୍ରପୁର ବ୍ରାହ୍ମଣମରା ଠାରେ ଜିଲ୍ଲା ପ୍ରଶାସନ , ପୌରପାଳିକା କାଉନସିଲର ଏବଂ ଅଧିକାରୀ ସହ ସ୍ମାରକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅପରାହ୍ନ ରେ ଆମକୋ-ସୀମକୋ ସହିଦ ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ତେବେ ଆଜିଦିନରେ ଆମକୋ-ସୀମକୋ ସହିଦ ଙ୍କୁ ସ୍ୱାଧୀନତା ସଂଗ୍ରାମୀ ର ମାନ୍ୟତା ଦିଆଗଲେ ଏହା ସହିଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

nis-ad
Leave A Reply

Your email address will not be published.