ରାଉରକେଲା : ଅଟୋ ଓଲଟି ୫ ସ୍କୁଲ ଛାତ୍ରୀ ଆହତ,ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଦାବି…

ରାଉରକେଲା : (ବସନ୍ତ କୁମାର ଜେନା); ରାଉରକେଲା ରେ ସୋମବାର ସକାଳେ ଏକ ଘରୋଇ ଇଂଲିଶ ମିଡ଼ିଅମ ସ୍କୁଲର ଅଟୋ ଓଲଟି ପଡିବାରୁ ୫ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।
ମାତ୍ର ଏହି ଘଟଣା ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପରିବହନ କରୁଥିବା ଯାନ ଗୁଡିକର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ରାଉରକେଲା ଆର ଟି ଓ ପକ୍ଷରୁ ବେଆଇନ ତଥା ଅସୁରୀକ୍ଷିତ ଯାନ ଗୁଡିକୁ ଯାଞ୍ଚ କରାଯାଉଛି। ଦୁଇଦିନ ତଳେ ପରିବହନ ବିଭାଗ ତରଫରୁ ବିଭିନ୍ନ ସ୍କୁଲର ବସ , ଅଟୋ , ଭ୍ୟାନ ଆଦି ଯାଞ୍ଚ କରାଯାଇ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିଲା। ସୁନ୍ଦରଗଡରେ ମଧ୍ୟ ଏକ ଘରୋଇ ବସକୁ ଯାଞ୍ଚ କରାଯାଇ ୩ ଲକ୍ଷ ୭୦ହଜାର ଟଙ୍କା ଜରିମାନା କରାଯାଇଥିଲା। ଏହି ଯାନ ଗୁଡିକ ମଟର ଯାନ ଆଇନର ବିଭିନ୍ନ ନିୟମକୁ ଅଣଦେଖା କରିଥିଲେ। ଏବେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ସମସ୍ତ ଜିଲ୍ଲାରେ ସ୍କୁଲ ବସ ସହ ଛାତ୍ର ଛାତ୍ରୀଙ୍କ ନେବା ଆଣିବାରେ ନିୟୋଜିତ ଅନ୍ୟ ଗାଡି ଗୁଡିକ ଯାଞ୍ଚ କରାଯାଉଛି। ତଥାପି ସ୍କୁଲ ଅଟୋ ସହ ଅନ୍ୟ କେତେକ ଗାଡି ବିନା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପିଲାମାନଙ୍କୁ ନେବା ଆଣିବା କରୁଛନ୍ତି । ସୋମବାର ଦିନ ରାଉରକେଲା ୧୫ ନମ୍ବର ସେକ୍ଟର ରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଓଲଟି ୫ ଜଣ ଛାତ୍ରୀ ଆହତ ହେବା ଘଟଣା ପୁଣି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ଯିବା ଆସିବା ଯାନ ଗୁଡିକର ଯାଞ୍ଚ ଆହୁରି କଡାକଡି କରିବାକୁ ଦାବି ହେଉଛି।

nis-ad
Leave A Reply

Your email address will not be published.