ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫଲଗୁ ପକ୍ଷରୁ ସାରସ୍ଵତ ସମାବେଶ ଅନୁଷ୍ଠିତ

ବ୍ରହ୍ମପୁର : ଫଲଗୁ ସାହିତ୍ୟ ସଂସଦ ର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କ ସଭାପତିତ୍ବ ରେ ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସର ରେ ଫଲଗୁ ପରିବାର ର ସାହିତ୍ୟିକ କବି ଓ ଲେଖକ ଙ୍କ ଉପସ୍ଥିତି ରେ ଏକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଅବନୀ ରଞ୍ଜନ ଦାଶ ଫଲଗୁ ର ବରିଷ୍ଠ ଉପଦେଷ୍ଟା ପ୍ରଫେସର ଡ ବ୍ରଜମୋହନ ଶାସମଲ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଫେସର ଚୌଧୁରୀ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଡ ପ୍ରଫୁଲ୍ଲ କର ଏବଂ ବିଶିଷ୍ଟ ଗାଳ୍ପିକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପରଲୋକ ରେ ତାଙ୍କ ଜୀବନୀ ସମ୍ପର୍କ ରେ ଆଲୋଚନା କରିିଥିଲେ ଓଡ଼ିଆ ସଙ୍ଗୀତ ସାଧକ ଭାବରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ସାଧନା ପୂର୍ଣ୍ଣ ଜୀବନ ଯୁଗ ଯୁଗ ପାଇଁ ସ୍ମରଣୀୟ ହୋଇ ରହିବ ଏବଂ ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ।

ଫଲଗୁ ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ସାହିତ୍ୟ କୃତି ସମ୍ପର୍କ ରେ ଆଲୋଚନା କରି କହିଥିଲେ ଯେ ଓଡ଼ିଆ ଭାଷା ସାହିତ୍ୟ ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ମଞ୍ଚ ରେ ଜ୍ଞାନ ବିତରଣ କରି ଶୋଭା ବଢେଇ ଜିଜ୍ଞାସୁ ଙ୍କ ମନ ରେ ସ୍ଵତନ୍ତ୍ର ଭାବ ସୃଷ୍ଟି କରି ଆସୁଥିବା ଚିତ୍ତ ରଞ୍ଜନ ତ୍ରିପାଠୀ ଜଣେ ଉଦାର ହୃଦୟ ଓ ନୀରବ ସାଧକ ଥିଲେ। ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗଦାନ ରଖି ଆସିଥିବା ଚିତ୍ତ ରଞ୍ଜନ ତ୍ରିପାଠୀ ଆମ ପାଇଁ ପ୍ରେରଣା ସୃଷ୍ଟି କରି ଯାଇଛନ୍ତି ବୋଲି ଡ ତ୍ରିପାଠୀ କହିଛନ୍ତି।ଇଁ ଯୁଗଳ କିଶୋର ସାହୁ ଓ ଦୀନ ବନ୍ଧୁ ଶ୍ରୀ ପଲ୍ଲବ କହି ଥିଲେ ଯେ ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ଗପ ଓ ଉପନ୍ୟାସ ଗୁଡ଼ିକ ସମାଜ ର କଥା କହି ଆସୁଥିଲା। ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ତାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ। ରାଜ୍ୟ ସ୍ତରୀୟ ଆଲୋଚନା ମଞ୍ଚ ରେ ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ଗପ ଗୁଡ଼ିକ ଅନେକ ସମୟରେ ଆଲୋଚନା ପାଇଁ ଅବସର ସୃଷ୍ଟି କରି ଆସୁଥିଲା ବୋଲି କହିଥିଲେ। ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଜିଲ୍ଲା ଜର୍ଜ ସାମ୍ପ୍ରତିକ ସମୟ ରେ ପାଠାଗାର ପ୍ରତି ରୁଚି ରଖିବା ପାଇଁ ଆହ୍ବାନ ଦେଇ ଥିଲେ।ଅନେକ ବିରଳ ପୁସ୍ତକ ଫଲଗୁ ର ସଦସ୍ୟ ମାନେ ସଂଗ୍ରହ କରି ସେ ଗୁଡିକ ଲୋକ ଲୋଚନ ଆଣିବା ପାଇଁ ଆହ୍ୱାନ ଦେଇ ଥିଲେ।ପ୍ରଫେସର ବ୍ରଜ ମୋହନ ସସମଲ୍ ଫ ଲଗୁୁ ଓଡ଼ିଆ ଭାଷା ସାହିତ୍ୟ ଦୁନିଆ ରେ ଚାରି ଦଶନ୍ଧି ଧରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଆଗାମୀ ଦିନ ରେ ରାଜ୍ୟ ସ୍ତରୀୟ ସାହିତ୍ୟ ଅନୁଷ୍ଠାନ ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସମସ୍ତେ ଯତ୍ନଶୀଳ ହୋଇ ଗୁଣାତ୍ମକ ସାହିତ୍ୟ ସୃଷ୍ଟି କୁ ଉତ୍ସାହିତ କରିବା ଆମ ଲକ୍ଷ୍ୟ ହେଉ ବୋଲି କହିଥିଲେ। ସଂସଦ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଜାତୀୟ ରାଜନୀତି ବୈଜ୍ଞାନିକ ସମ୍ମାନ ରେ ସମ୍ମାନିତ ହେବା ଆମ ଅନୁଷ୍ଠାନ ପାଇଁ କେବଳ ନୁହଁ ସାରା ଓଡିଶା ପାଇଁ ଗୌରବ ବୋଲି ଅନୁଷ୍ଠାନ ସଦସ୍ୟ ମାନେ କହି ଥିଲେ। ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଗବେଷକ ଭାରତ ପଣ୍ଡା ତ୍ରିନାଥ ନାୟକ ବିରୁ ପାକ୍ଷ ଦାଶ ଗାଳ୍ପିକ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.