ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୫ ଶିଶୁଙ୍କ ସମେତ ୨୦ ଯାତ୍ରୀ ଗୁରୁତର…

ଫୁଲବାଣୀ/ଦାରିଙ୍ଗବାଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ସମସ୍ତ ୩୦ ଯାତ୍ରୀ ଗୁରୁତର । ଗୁରୁତରଙ୍କ ମଧ୍ୟରେ ୫ ଶିଶୁ ରହିଛନ୍ତି । ବାଲିଗୁଡାରୁ ବୁଡାଗୁଡା ଆସୁଥିବା ବେଳେ ଗଣ୍ଡମୁଣ୍ଡା ଘାଟିରେ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି ।ବସରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ ।ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡ଼ିଛି । ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୦ ରୁ ଅଧିକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ
ଅଧିକାରୀ ବାବା ଶଙ୍କର ସରାଫ।

nis-ad
Leave A Reply

Your email address will not be published.