ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର: ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ଫେବ୍ରୁଆରୀ ୧୭ ତାରିଖ ଦିନ ନାବାଳିକା ଜଣକ ବାସନ ମାଜିବାକୁ ନଦୀକୁ ଯାଇଥିବା ବେଳେ ଅଭିଯୁକ୍ତ ସୁବ୍ରତ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ଧରାପଡ଼ିଯିବା ଭୟରେ ତାର ତଣ୍ଟି କାଟି ହତ୍ୟା କରିଥିଲା । ପ୍ରଥମେ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଥିଲେ ତଦନ୍ତ ଅଧିକାରୀ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା ।

ଅଧିକ ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.