ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

ବ୍ରହ୍ମପୁର :  ସ୍ଥାନୀୟ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ  ବିଦ୍ୟାଳୟ ଠାରେ  ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା  ଉଦଘାଟନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବୈଜ୍ଞାନିକ ବିଲଟନ ଓ ଆର୍ଟମେସିସଙ୍କ ଆବିଷ୍କାର ସମନ୍ଧୀୟ ସୂଚନା ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନବଳ ବୃଦ୍ଧି ହେବା ପାଇଁ ପ୍ରେରଣା ଦେଇଥିଲେ lଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର  ଡ଼ଃ.ସିଦ୍ଧେଶ୍ବର ବଳୀରାମ ବୋନ୍ଧର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଵିନତୀ ସେନାପତି କାର୍ଯ୍ୟକ୍ରମର ସଭାପତିତ୍ବ କରି  ପରିଚାଳନା କରିଥିଲେ lଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଆଜି ଓ ଆସନ୍ତା କାଲି  ପ୍ରଯ୍ୟନ୍ତ ଚାଲୁ ରହିବ l ଏହି ବିଜ୍ଞାନ ପ୍ରଦର୍ଶନ  ମେଳାରେ ଜିଲ୍ଲାର 22 ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି କର୍ପୋରେସନର 80 ପ୍ରକଳ୍ପ ପ୍ରଦର୍ଶୀତ ହୋଇଛି  l ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ଅଧ୍ୟାୟନ, ବିଜ୍ଞାନ କୁଇଜ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ  ଆସନ୍ତା କାଲି ଉଦଯାପନ ଉତ୍ସବରେ ପ୍ରମାଣ ପାତ୍ର ଦେଇ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ବିଷ୍ଣୁ ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ,ଭି.ଭି.ଗିରି ସରକାରୀ ମହିଳା ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅରାତୀ ବାଳା ପଟନାୟକ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l  କାର୍ଯ୍ୟକ୍ରମରେ କ୍ଷେତ୍ରମୋହନ ଦୟାଲ ସେକେଣ୍ଡାରୀ ସ୍କୁଲର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ଃ ସତୀଶ ପ୍ରସାଦ ନାୟକ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଓ ରବୀନ୍ଦ୍ରନାଥ  ଜେନା ଯୋଗ ଦେଇଥିଲେ l ଶେଷରେ ରଙ୍ଗେଈଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ  ପ୍ରଭାତୀ ମହାପାତ୍ର ଧନ୍ୟବାଦ ଦେଇଥିଲେ l

nis-ad
Leave A Reply

Your email address will not be published.