ହିଞ୍ଜିଳି : ଯାତ୍ରୀବାହି ଵସ ଧକ୍କାରେ ଜଣେ ଗୁରୁତର…

ହିଞ୍ଜିଳିକାଟୁ,: ଶୁକ୍ରୁବାର ମଧ୍ୟାହ୍ନ ସମୟରେ ହିଞ୍ଜିଳି ଥାନା ସାରୁ ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହି ଵସ (ଓଡି୦ ୭ ହେଚ ୨୦୭୭) ଧକ୍କାରେ ଡିସ୍କଭରି ଵାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହୁଗୁଳାପଟ୍ଟା ଗ୍ରାମରଧୋବା ସ୍ବାଈଁଙ୍କ ପୁଅ ଡୁଗି ସ୍ବାଈଁ (୩୫)। ଶୁକ୍ରବାର ଦିନ ଡୁଗି କୈଣସୀ କାରଣରୁ ଶଶୁର ଘର ରାମଚନ୍ଦ୍ରପୁର ନିଜ ଡିସକଭରୀ ବାଇକ ନଂ ଓଆର୦୭ ହେଚ ୭୭ ଯୋଗେ ଯାଉଥିବା ବେଳେ ଵିପରିତ ଦିଗରୁ ଦାରିଙ୍ଗବାଡ଼ି ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଵସ ନଂ ଓଡି07 ହେଚ ୨୦୭୭ ସାରୁ ଗ୍ରାମର ଛକରେ ଧ୍ୟକା ଦେଈଥୁଲା। ଦୁର୍ଘଟଣାରେ ଡୁଗି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାରକରି ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କୁ ଖଵର ଦେଇଥିଲେ। ଖଵର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଅଧିକାରୀ ଗୌତମ ସାହୁ ଓ କର୍ମଚାରୀ ସାରୁ ଛକରୂ ଆହତ ଙ୍କୁ ଉଦ୍ଧାର କରି ହିଞ୍ଜିଳି କାଟୁ ମେଡିକାଲ ରେ ଭର୍ତି କରିଥିଲେ । ଡୁଗି ଙ୍କ ଡାହାଣ ହାତ ଓ ଗୋଡ ଚୁରମାର ହୋଇଥିବା କାର୍ଯ୍ୟରତ ଡାକ୍ତର କହିଥିଲେ। ଅବସ୍ଥ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା | ଖବର ପାଇଁ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀଵାହି ଵସ ପଳାଈଥିଲା ପଛରେ ଆସୁଥିବା ଭି ଏସ ଆଊ ଏକ ଗାଡି ଓଡି୦୭ ଡି ୨୦୭୭ କୁ ସ୍ଥାନୀୟ ଲୋକେ ଅଟକାଇ ଥିଲେ ଉକ୍ତ ଵସକୁ ଓ ଡିସକଭରୀ ବାଇକ କୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.