ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜରେ ଘଟିଯାଇଛି ଏକ ଅଘଟଣ । ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଛାତ୍ର ଜଣକ ହରିୟାଣାର ନିଶାନ୍ତ କୁମାର ବୋଲି ତାଙ୍କ ପରିଚୟ ମିଳିଛି । ନ୍ୟୁ ବଏଜ ହଷ୍ଟେଲରେ ରହୁଥିବା ବେଳେ ଆଜି ଛାତରୁ ପଡି ନିଶାନ୍ତଙ୍କର ମୃତ୍ୟୁ ହୋଇଛି ।

ବଲାଙ୍ଗୀର ମେଡିକାଲ କଲେଜରେ ପ୍ରଥମ ବର୍ଷର MBBS ଛାତ୍ର ଥିଲେ ନିଶାନ୍ତ । ତେବେ ତାଙ୍କ ମୃତ୍ୟୁ ପରେ ସାରା କଲେଜ ଏବଂ ହଷ୍ଟେଲରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନା ଅନ୍ୟ କେଉଁ କାରଣରୁ ସେ ଛାତରୁ ଖସି ପଡିଛନ୍ତି ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

nis-ad
Leave A Reply

Your email address will not be published.