କାଳବୈଶାଖୀରେ ଉଡିଲା ଛପର, ସହାୟତା ଦାବି

ଦାରିଙ୍ଗବାଡ଼ି,୧୮/୪ : କାଳବୈଶାଖୀ ଫଳରେ ଏକାଧିକ ଲୋକଙ୍କର ଘର ଛପର ଉଡ଼ିଯାଇଛି । ରବିବାର ଦିନ ସନ୍ଧ୍ୟା ସମୟରେ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜିଜାମାହା ଗ୍ରାମରେ କାଳବୈଶାକ୍ଷୀ ଫଳରେ ପବନ ବର୍ଷା ହେବା ଫଳରେ ଲୋକଙ୍କର ଟିଣ ଓ ଆଜବେଷ୍ଟ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ରାଜେନ୍ଦ୍ର ନାୟକ,ସଞ୍ଜିବନ ନାୟକ,ବାଲାଜି ନାୟକ,ସତ୍ୟ ପ୍ରଧାନ ଙ୍କର ଘରର ଆଜବେଷ୍ଟ ଓ ଟିଣ ଉଡ଼େଇ ଦେଇଥିବା ଦେଖିବାକୁ ମିଳିଛି । ଆଜବେଷ୍ଟ ଗୁଡାକ ଭାଙ୍ଗିଯାଇଥିବା ବେଳେ ଟିଣ ଗୁଡାକ ଲେପାଟୁଲା ହୋଇଯାଇଛି । ଛପର ଉଡିବା ଫଳରେ ଘର ଭିତରେ ପାଣି ପଶିବା ସହ କିଛି କିଛି ମାଟିକାନ୍ଥ ବି ଭାଙ୍ଗିଯାଇଛି । ଏହାରି ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହି କ୍ଷତିଗ୍ରସ୍ତ ମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗେଇ ଦେବାକୁ ସରପଞ୍ଚ ନନଞ୍ଜୟ ପ୍ରଧାନ ସମେତ କ୍ଷତିଗ୍ରସ୍ତ ମାନେ ଦାବି କରିଛନ୍ତି । ସେହିପରି ତାଜୁଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକରମାହା ଗ୍ରାମର ବହୁ ଲୋକଙ୍କ ଟିଣ ଛପର ଛାତ ଉଡି ଯାଇଥିବା ଖବର ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.