ଦାରିଙ୍ଗବାଡ଼ି ବ୍ଳକର ୩ଜଣ ଜାତୀୟ ରେଫେରାଲ ଓ ବ୍ଳାକ ବେଲ୍ଟ ପ୍ରମାଣ ପତ୍ର ହାସଲ କଲେ

ଦାରିଙ୍ଗବାଡ଼ି,୧୮/୪ : ରାଜ୍ୟ ସ୍ତରୀୟ କ୍ୱାନଙ୍କିଡୋ ରେଫେରାଲ ସେମିନାର ଓ ବ୍ଳାକ ବେଲ୍ଟ ପରୀକ୍ଷା ରାଉଲକେଲା ଶକ୍ତି କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି କ୍ୱାଙ୍କିଡୋ ଶାଖାର ତିନି ଜଣ ଅଂଶ ଗ୍ରହଣ କରି ଜାତୀୟ ରେଫେରାଲ ଓ ବ୍ଳାକ ବେଲ୍ଟ ପ୍ରମାଣ ପତ୍ର ଯୋଗ୍ୟତା ହାସଲ କରିଛନ୍ତି । ସେହି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଶରତ ଚନ୍ଦ୍ର ଦିଗାଲ ଓ ଏଲିଆନ ପ୍ରଧାନ ଜାତୀୟ ରେଫେରାଲ ଯୋଗ୍ୟତା ହାସଲ କରିଥିଲା ବେଳେ ଜଗନ୍ନାଥ ଦାସ ବ୍ଳାକ ବେଲ୍ଟ ସହିତ ଜାତୀୟ ରେଫେରାଲ ଯୋଗ୍ୟତା ହାସଲ କରି ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି । ଏହା ଜିଲ୍ଲା ତଥା ଦାରିଙ୍ଗବାଡ଼ି ପାଇଁ ଗୌରବ ଆଣି ଦେଇଅଛି । ଏହି କାର୍ଯ୍ୟକ୍ରମରେ ଜାତୀୟ କ୍ୱାନଙ୍କିଡୋ ଆସୋସିସନର ଅଶୋକ କୁମାର, ଓଡିଶା ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ଓ ଟେକନିକାଲ ଡ଼ାଇରେକ୍ଟର ପ୍ରକାଶ କୁମାର ଦିଗାଲ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ବିଶ୍ଵଜିତ ବାରିକ ଯୋଗଦେଇ ଥିଲେ ।

nis-ad
Leave A Reply

Your email address will not be published.